କନକ ବ୍ୟୁରୋ: ଶବ ସତ୍କାର କରିବା ବେଳେ ଉଠି ବସିଲେ ବୃଦ୍ଧା। ଏମିତି  କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ସ୍ବର୍ଗ ଦ୍ବାରରେ । ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା । ଚିତା ଯୋଗାଡ଼ଚାଲିଥିବା ବେଳେ ହଠାତ୍ ଉଠି ବସିଥିଲେ ବୃଦ୍ଧା । ଏହା ପରେ ବୃଦ୍ଧାଙ୍କୁ ନେଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Advertisment

ବୃଦ୍ଧା ଜଣକ ହେଉଛନ୍ତି ଗଞ୍ଜାମ ପୋଲସରାର ପି. ଲକ୍ଷ୍ମୀ ।  ଜୁଇରୁ ଉଠିବା ପରେ ଏବେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ବୃଦ୍ଧାଙ୍କ ଜ୍ବାଇଁଙ୍କ କହିବା କଥା, ପି ଲକ୍ଷ୍ମୀ  କିଛି ଦିନ ହେବ ଅସୁସ୍ଥ ଥିଲେ। କାଲି ତାଙ୍କର ନିଶ୍ବାସ ବନ୍ଦ ହୋଇଯାଇଥିଲା। ଯେତେ ଡାକିଲେ ବି ସେ ଶୁଣିନଥିଲେ କି କିଛି ହଲଚଲ ହୋଇନଥିଲେ। ମୃତ ବୋଲି ଭାବି ତାଙ୍କର ଅନ୍ତିମ ସଂସ୍କାର କରିବାକୁ ପୁରୀ ସ୍ବର୍ଗଦ୍ବାର ଆଣିଥିଲେ। ଜୁଇରୁ ଉଠାଇ ତାଙ୍କୁ ଆମ୍ବୁଲାନ୍ସରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।