ସଙ୍ଗମନଗରୀ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପଡୁଛି ଉଠୁଛି ସଙ୍ଗମସ୍ଥଳୀ । ମାଘ ପୂର୍ଣ୍ଣିମା ଅବସରରେ ସକାଳ ୮ ଟା ସୁଦ୍ଧା ୧.୪ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଥିବାର ସୂଚନା ମିଳୁଛି । କିନ୍ତୁ ଇତ୍ୟ ଅବସରରେ ମହାକୁମ୍ଭରେ ଜଣେ ବୟସ୍କ ଶ୍ରଦ୍ଧାଳୁ ବୁଡ଼ ପକାଇବା ବେଳେ କିଛି ଏମିତି ଘଟଣା ଘଟିଲା ଯାହାକୁ ଦେଖି ଆଖପାଖରେ ସ୍ନାନ କରୁଥିବା ଲୋକ ଚକିତ ହୋଇଗଲେ । ବୟସ୍କ ବ୍ୟକ୍ତିଜଣକ କହୁଛନ୍ତି ଯେ ସେ ବୁଡ଼ ପକାଇବା ବେଳେ ତାଙ୍କ ହାତରେ କିଛି ଏମିତି ବସ୍ତୁ ଲାଗିଛି ଯାହାକୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଲୋକମାନେ ବୃଦ୍ଧ ବ୍ୟକ୍ତିଜଣଙ୍କୁ ଦେଖି କହୁଛନ୍ତି , ଏ କେମିତି ସମ୍ଭବ ହେଲା !
/kanak/media/media_files/2025/02/12/NZDLFOys7HlO5OkquYcb.jpg)
ସୋସିଆଲ୍ ମିଡ଼ିଆରେ ବୃଦ୍ଧ ବ୍ୟକ୍ତିଙ୍କର ଫଟୋ ଭାଇରାଲ୍ ହେଉଥିବା ବେଳେ ସଙ୍ଗମରେ ବୁଡ଼ ପକାଇବା ସମୟରେ ତାଙ୍କ ହାତରେ ଗୋଟିଏ କଇଁଛ ଆସି ଧରା ଦେଇଥିବା କଥା ସେ କହୁଛନ୍ତି । ରୋଚକ କଥା ହେଉଛି କଇଁଛର ଖୋଳପା ଉପରେ ଇଂରାଜୀ ଅକ୍ଷର ଏ , ବି,ସି,ଡି ପରି କିଛି ଲେଖାହୋଇଛି । କଇଁଛକୁ ପାଇବା ପରେ ସେ ଏହାକୁ ଈଶ୍ବରଙ୍କ ବରଦାନ ବୋଲି ଭାବି ସାଙ୍ଗରେ ଧରି ବୁଲୁଛନ୍ତି । ଏହି କଇଁଛକୁ ଦେଖିବା ପାଇଁ କାହିଁ କୁଆଡୁ ଲୋକ ବ୍ୟକ୍ତିଙ୍କ ପାଖକୁ ଛୁଟି ଆସୁଛନ୍ତି ।
/kanak/media/media_files/2025/02/12/IwDNDxJPWwxOmfloUQdf.jpg)
ବୟସ୍କ ବ୍ୟକ୍ତିଜଣଙ୍କ କୁହନ୍ତି ସେ କିଛି ଦିନ ତଳେ ପ୍ରୟାଗରାଜରେ ମହାକୁମ୍ଭମେଳାକୁ ଯାଇଥିଲେ । ସେଠାରେ ସଙ୍ଗମରେ ବୁଡ଼ ପକାଇବା ବେଳେ ତାଙ୍କ ଗୋଡ ପାଖରେ ହଲଚଲ ହେଲା ଭଳି ଅନୁଭବ କରିବା ପରେ ବୃଦ୍ଧଜଣକ ହାତ ମାରି ପାଣିରୁ କଇଁଛକୁ ବାହାର କରିଥିଲେ । କଇଁଛର ଖୋଳପାରେ ହଳଦିଆ ରଙ୍ଗରେ A,B,C,D ଲେଖା ହୋଇଥିବା ସେ ଦେଖିଲେ । ତେବେ ଆଖପାଖରେ ବୁଡ଼ ପକାଉଥିବା ଲୋକ ମଧ୍ୟ ବିଚିତ୍ର କଇଁଛକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରଠାରୁ ବୃଦ୍ଧ ବ୍ୟକ୍ତିଜଣକ କଇଁଛଟିକୁ ନିଜ ସାଙ୍ଗରେ ଧରି ବୁଲୁଛନ୍ତି । ଗୋଟିଏ ପଟେ ଯେଉଁଠି ବୃଦ୍ଧ ଜଣଙ୍କ ବିଚିତ୍ର କଇଁଛକୁ ନେଇ ଚର୍ଚ୍ଚିତ ହେଉଛନ୍ତି ଅନ୍ୟପଟେ କିଛି ଲୋକ ଏହାକୁ ଅନ୍ଧବିଶ୍ବାସ ବୋଲି ମଧ୍ୟ କହୁଛନ୍ତି । କଇଁଛର ପିଠିରେ ଯେଉଁ ହଳଦିଆ ରଙ୍ଗ ରହିଛି ତାହାକୁ ଲୋକମାନେ କଇଁଛର ଏକ ପ୍ରଜାତି ବୋଲି କହୁଛନ୍ତି । ଯାହା ଇଂରାଜୀ ଅକ୍ଷର ଭଳି ଦେଖାଯାଏ । କିଛି ଲୋକ ବୃଦ୍ଧ ବ୍ୟକ୍ତି ବୋକା ବନାଉଥିବା ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଅନ୍ୟପକ୍ଷରେ କିଛି ଲୋକ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଛନ୍ତି । କହିବାକୁ ଗଲେ ଏହି ମାମଲା ଲୋକଙ୍କ ଭିତରେ ବିଶ୍ବାସ ଏବଂ ସନ୍ଦେହ ଭିତରେ ଛନ୍ଦି ହୋଇରହିଛି ।