ଘର ସହ ଜଳିଗଲେ ବୃଦ୍ଧ : ମୟୂରଭଞ୍ଜ ଜିଲ୍ଲା ବଡ଼ଗାଁ ପଞ୍ଚାୟତ ଜୁହା ଗ୍ରାମରେ ଅଭାବନୀୟ ଘଟଣା

Advertisment

ଘର ସହିତ ଜଳିଗଲେ ବୃଦ୍ଧ । ମୟୂରଭଞ୍ଜ ଜିଲ୍ଲା ବଡ଼ଗାଁ ପଞ୍ଚାୟତରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପଞ୍ଚାୟମର ଜୁହା ଗାଁର ଆନନ୍ଦ ସିଂ ଜୀବନ୍ତ ଦଗ୍ଧ ହୋଇଛନ୍ତି

ଘର ସହିତ ଜଳିଗଲେ ବୃଦ୍ଧ । ମୟୂରଭଞ୍ଜ ଜିଲ୍ଲା ବଡ଼ଗାଁ ପଞ୍ଚାୟତରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପଞ୍ଚାୟମର ଜୁହା ଗାଁର ଆନନ୍ଦ ସିଂ ଜୀବନ୍ତ ଦଗ୍ଧ ହୋଇଛନ୍ତି

FIRE

Photograph: (KANAKNEWS)

କନକବ୍ୟୁରୋ : ଘର ସହିତ ଜଳିଗଲେ ବୃଦ୍ଧ। ମୟୂରଭଞ୍ଜ ଜିଲ୍ଲା ବଡ଼ଗାଁ ପଞ୍ଚାୟତରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପଞ୍ଚାୟମର ଜୁହା ଗାଁର ଆନନ୍ଦ ସିଂ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଦମକଳବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି। ସେପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା କରୁଛି। ସେପଟେ ହାତୀର ଆକ୍ରମଣରେ ଜଣେ ମୃତ

ଘନକୁହୁଡ଼ି ପାଇଁ ୬ ଜିଲ୍ଲାକୁ ସତର୍କତା : ସୁରକ୍ଷିତ ଯାତ୍ରା ପାଇଁ ଜାରି ହେଲା ମାର୍ଗଦର୍ଶିକା

ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀର ଆକ୍ରମଣରେ ଯୁବକ ମୃତ୍ୟ ଘଟିଥିବା ସୂଚନା ମିଳିଛି । ଲଖନପୁର ବ୍ଲକ ମହିମା କଲେଜ ପଛ ପଟେ ଥିବା ପୋଟଳ ବାରିରେ ହାତୀଟି ହଠାତ୍ ଯୁବକଙ୍କୁ ଆକ୍ରମଣ କରିଥିଲା । ଆଉ ଦେଖୁ ଦେଖୁ ଯୁବକଙ୍କୁ ଦଳିଦେଇଥିଲା ହାତୀ । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଏଥିସହ ଢେଙ୍କାନାଳ ସଦର ରେଞ୍ଜରେ ହାତୀପଲଙ୍କ ଉପଦ୍ରବ। ସଦର ରେଞ୍ଜ ମହଦିଆ ଗାଁ ମୁଣ୍ଡରେ ବିଦ୍ୟୁତ ଆଘାତରେ ମାଇ ଛୁଆ ହାତୀର ମୃତ୍ୟୁ ଘଟିଥିଲା  l  ତେବେ ରବିବାର ସକାଳେ ଇନ୍ଦୁପୁର ଗହିରୀ ବିଲ ପଟୁ ୫ଟି ଦଳରେ ୧୦୭ ହାତୀ ପଲ କାସିଆଡ଼ି ବଳରାମପୁର ଗାଁ ରାସ୍ତାକୁ ପାର ହୋଇ ସାଇବିରି, ଗଦାଶିଳା ବିଲ ଆଡ଼କୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି  l  ଗତ ଏକ ସପ୍ତାହ ହେବ ହାତୀପଲ ଏକ ପୋଖରୀ ତଳ ଜଙ୍ଗଲରେ ରହିଥିଲେ । 

ଗୋଟିଏ ମାଇ ହାତୀ ଛୁଆ ଜନ୍ମ କରିଥିଲା। ସେଇ ଛୁଆକୁ ସୁରକ୍ଷା ଦେଇ ୨ଟି ହାତୀ ପଲରେ ୨୬ଟି ହାତୀ ପ୍ରଥମେ ରାସ୍ତା ବାହାର କରି ଆଗେ ଆଗେ ଯିବା ପରେ ୬୮ ଟିକିଆ ହାତୀ ମେଳରେ ମା’ ଓ ଛୁଆ ହାତୀଙ୍କୁ ସୁରକ୍ଷା ଦେଇ ୩ୟ ହାତୀ ପଲ ଯାଇଥିଲା। ପରେ ଆଉ ୨ଟି ପଲରେ ୧୩ ହାତୀ ହିନ୍ଦୋଳ ରେଞ୍ଜ ଆଡ଼କୁ ଚାଲିଯାଇଛନ୍ତି l ପ୍ରାୟ ୧ ଘଣ୍ଟା ରୁ ଉର୍ଦ୍ଧ ଗଦାଶିଳା – କାଣ୍ଡବିନ୍ଧା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe