କନକବ୍ୟୁରୋ : ଘର ସହିତ ଜଳିଗଲେ ବୃଦ୍ଧ। ମୟୂରଭଞ୍ଜ ଜିଲ୍ଲା ବଡ଼ଗାଁ ପଞ୍ଚାୟତରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପଞ୍ଚାୟମର ଜୁହା ଗାଁର ଆନନ୍ଦ ସିଂ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଦମକଳବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି। ସେପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା କରୁଛି। ସେପଟେ ହାତୀର ଆକ୍ରମଣରେ ଜଣେ ମୃତ ।
ଘନକୁହୁଡ଼ି ପାଇଁ ୬ ଜିଲ୍ଲାକୁ ସତର୍କତା : ସୁରକ୍ଷିତ ଯାତ୍ରା ପାଇଁ ଜାରି ହେଲା ମାର୍ଗଦର୍ଶିକା
ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀର ଆକ୍ରମଣରେ ଯୁବକ ମୃତ୍ୟ ଘଟିଥିବା ସୂଚନା ମିଳିଛି । ଲଖନପୁର ବ୍ଲକ ମହିମା କଲେଜ ପଛ ପଟେ ଥିବା ପୋଟଳ ବାରିରେ ହାତୀଟି ହଠାତ୍ ଯୁବକଙ୍କୁ ଆକ୍ରମଣ କରିଥିଲା । ଆଉ ଦେଖୁ ଦେଖୁ ଯୁବକଙ୍କୁ ଦଳିଦେଇଥିଲା ହାତୀ । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ଏଥିସହ ଢେଙ୍କାନାଳ ସଦର ରେଞ୍ଜରେ ହାତୀପଲଙ୍କ ଉପଦ୍ରବ। ସଦର ରେଞ୍ଜ ମହଦିଆ ଗାଁ ମୁଣ୍ଡରେ ବିଦ୍ୟୁତ ଆଘାତରେ ମାଇ ଛୁଆ ହାତୀର ମୃତ୍ୟୁ ଘଟିଥିଲା l ତେବେ ରବିବାର ସକାଳେ ଇନ୍ଦୁପୁର ଗହିରୀ ବିଲ ପଟୁ ୫ଟି ଦଳରେ ୧୦୭ ହାତୀ ପଲ କାସିଆଡ଼ି ବଳରାମପୁର ଗାଁ ରାସ୍ତାକୁ ପାର ହୋଇ ସାଇବିରି, ଗଦାଶିଳା ବିଲ ଆଡ଼କୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ଗତ ଏକ ସପ୍ତାହ ହେବ ହାତୀପଲ ଏକ ପୋଖରୀ ତଳ ଜଙ୍ଗଲରେ ରହିଥିଲେ ।
ଗୋଟିଏ ମାଇ ହାତୀ ଛୁଆ ଜନ୍ମ କରିଥିଲା। ସେଇ ଛୁଆକୁ ସୁରକ୍ଷା ଦେଇ ୨ଟି ହାତୀ ପଲରେ ୨୬ଟି ହାତୀ ପ୍ରଥମେ ରାସ୍ତା ବାହାର କରି ଆଗେ ଆଗେ ଯିବା ପରେ ୬୮ ଟିକିଆ ହାତୀ ମେଳରେ ମା’ ଓ ଛୁଆ ହାତୀଙ୍କୁ ସୁରକ୍ଷା ଦେଇ ୩ୟ ହାତୀ ପଲ ଯାଇଥିଲା। ପରେ ଆଉ ୨ଟି ପଲରେ ୧୩ ହାତୀ ହିନ୍ଦୋଳ ରେଞ୍ଜ ଆଡ଼କୁ ଚାଲିଯାଇଛନ୍ତି l ପ୍ରାୟ ୧ ଘଣ୍ଟା ରୁ ଉର୍ଦ୍ଧ ଗଦାଶିଳା – କାଣ୍ଡବିନ୍ଧା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/21/fire-2025-12-21-12-40-31.jpg)