କନକବ୍ୟୁରୋ : ଖୁବଶୀଘ୍ର ଭୁବନେଶ୍ୱର ୟୁନିଟ- ୨ ଅଞ୍ଚଳ ପାଇବ ନୂଆରୂପ । ପୁରୁଣା ସରକାରୀ ଘରକୁ ଭାଙ୍ଗି ନୂଆ ପ୍ରକଳ୍ପ କରିବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ବର୍ଷବର୍ଷ ଧରି ସରକାରୀ ଘରକୁ ଜବରଦଖଲ କରିଥିବା ଲୋକଙ୍କୁ ବାହାର କରି ନିଜ ଦଖଲକୁ ନେଉଛି ପ୍ରଶାସନ ।
କେଉଁଠି ଫଳ ଦୋକାନ ତ କେଁଉଠି ବେତ ଦୋକାନ । ଭୁବନେଶ୍ୱର ୟୁନିଟ- ୨ ଅଞ୍ଚଳରେ ଏମିତି ୯୦ଟି ସରକାରୀ ଘରକୁ ଲୋକ ମାଡ଼ି ବସିଥିଲେ । କେଉଁଠି ପରିବାର ସହ ଲୋକ ରହୁଥିଲେ । ଏବେ ଜବରଦଖଲ କରିଥିବା ଲୋକଙ୍କୁ ହଟାଇ ପ୍ରଶାସନ ଏସବୁ ଘରକୁ ନିଜ ଦଖଲକୁ ନେଉଛି । ଫାଟକରେ ତାଲା ପକାଯାଇ ସିଲ୍ କରାଯାଉଛି ।
ଏସବୁ ଘରେ ରହୁଥିବା ଓ ଦୋକାନ କରିଥିବା ଲୋକ କହୁଛନ୍ତି, ଜବରଦଖଲ ନେଇ ଜାଣିନାହାନ୍ତି । ସେମାନଙ୍କୁ ଘର ଦେଇଥିବା ଲୋକଙ୍କୁ ଟଙ୍କା ଦେଉଥିଲେ । ଭୁବନେଶ୍ବର ୟୁନିଟ- ୨ ଅଞ୍ଚଳରେ ରାଜ୍ୟ ସରକାର କ୍ୟାପିଟାଲ ରି-ଡେଭଲପମେଣ୍ଟ ପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୪୧୦ଟି ସରକାରୀ ଘର ଭଙ୍ଗାଯିବ । ୧୯୦ଟି ଘର ଖାଲିଥିବା ବେଳେ ୯୦ଟି ଘରେ ବେଆଇନ ଭାବେ ଲୋକ ରହୁଛନ୍ତି ଓ ଦୋକାନ କରିଛନ୍ତି । ଘର ଖାଲି କରିବାକୁ ବାରମ୍ୱାର କୁହାଯାଇଥିଲେ ବି ଲୋକ ବେପାରୁଆ ଭାବେ ରହୁଥିଲେ । ଏବେ ଘର ଖାଲି କରାଯାଉଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/21/vPlfA2febgdmX4aoye0P.jpg)