କନକ ବ୍ୟୁରୋ : କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ। ପ୍ଲାଟଫର୍ମ ୧ ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି । ଉଦ୍ଧାରୀକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । କିଛି ଟ୍ରେନର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା । ହଠାତ୍ ଟ୍ରାକ୍‌ ଉପରେ ପଡ଼ିଲା ଉପର ସେଡର କିଛି ଅଂଶ। ଭୟଭୀତ ହୋଇପଡ଼ିଲେ ପ୍ଲାଟଫର୍ମରେ ଥିବା ଯାତ୍ରୀ। ଅଘଟଣ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଘଟଣାସ୍ଥଳରେ ଥିବା ରେଳବାଇ ପୋଲିସ ଅଧିକାରୀ । କହିଥିଲେ, ଏହା ଏକ ପୁରୁଣା ଛାତ । ଏହାକୁ ଭାଙ୍ଗାଯିବା କାମ ଚାଲିଥିଲା। ଲୋକଙ୍କୁ ବାହାର କରାଯାଇ ବ୍ୟାରିକେଡ୍ ଲଗାଇ ଭଙ୍ଗାଯାଉଥିଲା। ତେବେ ଜଣେ ଆହତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସା ହେଉଥିବା ଅତିରିକ୍ତ ଡିଆରଏମ୍ ସୂଚନା ଦେଇଛନ୍ତି।