କନକ ବ୍ୟୁରୋ: ପୁଅ-ବୋହୂଙ୍କ ଅତ୍ୟାଚାର ସହି ପାରିଲେନି ବାପା । ଗୁହାଳ ଭିତରେ ଝୁଲି ପଡ଼ିଲେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ଗାଁରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଖବର । ମୃତକ ଜଣକ ହେଲେ ନିରଞ୍ଜନ କର। ବଡ଼ କଥା ହେଉଛି, ଆତ୍ମହତ୍ୟା ପୂର୍ବରୁ ପାଖରେ ଏକ ସୁସାଇଡ୍ ନୋଟ୍‌ ଛାଡ଼ି ଯାଇଛନ୍ତି ନିରଞ୍ଜନ । ନୋଟରେ ପୁଅ ଓ ବୋହୂ ତାଙ୍କୁ ଅତ୍ୟାଚାର କରୁଥିବା ଲେଖିଛନ୍ତି । ଏହାସହ ନୋଟରେ ଗାଁର ତିନିଜଣଙ୍କ ନାଁ ଉଲ୍ଲେଖ କରିଛନ୍ତି ନିରଞ୍ଜନ । ଏହାସହ ମୃତଦେହକୁ ପୁଅ କି ବୋହୂ ଛୁଇଁବାକୁ ସିଧାସିଧା ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ଶବସତ୍କାର ପାଇଁ ୨୫ହଜାର ଟଙ୍କା ରଖଥିବା ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ସୁସାଇଡ୍ ନୋଟ ସହ ମୃତଦେହ ଉଦ୍ଧାର କରିଛି।