ମାଡ଼ ମାରି ବାପାଙ୍କ ଅଣ୍ଟା ଭାଙ୍ଗିଦେଲେ ;  ବୁଢ଼ା ବାପା, ମା’ଙ୍କୁ  ଘରୁ ତଡ଼ିଦେଲେ ପୁଅ, ବୋହୂ

ପୁଅ ବୋହୂଙ୍କ ପାଇଁ ଅଲୋଡ଼ା ହେଲେ ବାପା, ମାଆ । ମାଡ଼ ମାରି ଅଣ୍ଟା ଭାଙ୍ଗି ଦେଇଥିବା ଅଭିଯୋଗ ପରେ  ନ୍ୟାୟ ଓ ସୁରକ୍ଷା ପାଇଁ ଜଗତସିଂହପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି। 

ଅସହାୟ ବାପା, ମା’

ଅସହାୟ ବାପା, ମା’ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ:  ଯେଉଁ ପୁଅକୁ ମଣିଷ କରିବାରେ ପୁରା ଜୀବନ ବିତିଗଲା, ଆଜି ସେଇ ପୁଅ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି ବୃଦ୍ଧ ବାପା, ମା ’। ପରିଣତ ବୟସରେ ମା’, ବାପାଙ୍କ ସାହାରା ହେବା ବଦଳରେ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି । ଏବେ ନ୍ୟାୟ ପାଇଁ ବୃଦ୍ଧ ବାପା, ମା’ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ଏ ଅଭାବନୀୟ ଘଟଣା । 

ବାପା , ମା’ଙ୍କ ବିନା ଦୁନିଆ ଅନ୍ଧାର । ପିଲାଙ୍କ ପାଇଁ ଜଣେ ପୃଥିବୀ ହେଲେ ଆଉ ଜଣେ ଆକାଶ । ସନ୍ତାନଙ୍କୁ ବଡ଼ କରିବାକୁ ଅନେକ  ଝଡ଼ଝଞ୍ଜା ସହିଯାଆନ୍ତି । ହେଲେ ଯେତେବେଳେ ତାଙ୍କୁ ପୋଷିବାର ସମୟ ଆସେ, ସେତେବେଳେ ସେମାନେ ଅଲୋଡ଼ା ହୋଇପଡ଼ନ୍ତି । ସମ୍ପତ୍ତି ପାଇଁ ତୁଚ୍ଛ ହୋଇଯାଏ ସମ୍ପର୍କ । ବାପା ,ମା’ଙ୍କୁ ବି ପର କରିଦିଅନ୍ତି ପୁଅ, ବୋହୂ ।  

ବାପା, ମା’ଙ୍କୁ ଘରୁ ବାହାର କରିଦେଇଛନ୍ତି ପୁଅ, ବୋହୂ । ପୁଅ ଟୁକୁନା ସେଠୀ ଓ ବୋହୂ ମାଡ଼ ମାରି ବାପାଙ୍କ ଅଣ୍ଟା ଭାଙ୍ଗି ଦେବାଭଳି ସଙ୍ଗୀନ ଅଭିଯୋଗ ହୋଇଛି । ହାତୀକେନା ଗାଁ ୭୦ ବର୍ଷୀୟ ଧୂନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା ସେଠୀ ଅଭିଯୋଗ ଆଣିଛନ୍ତି । ଖବର ପାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରାଯାଇଛି । ପୁଅ ଉପରୁ ଭରସା ତୁଟି ଯିବା ପରେ ନ୍ୟାୟ ଓ ସୁରକ୍ଷା ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe