କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ରରୂପ ନେଉଛି । ପେଟ ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ ହେଲେ ଦାଦନ ସର୍ଦ୍ଧାର ପାଖରେ ପ୍ରାୟ ୧୦ ମାସ ହେଲା ବନ୍ଧା ପଡିଛନ୍ତି ଧର୍ମଗଡ଼ ଉପଖଣ୍ଡର ୨ ଜଣ ଦାଦନ ଶ୍ରମିକ। କେବଳ ଖାଇବାକୁ ଦେଇ କାମ କରାଇବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ କରି ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ଠାରେ ଆକୁଳ ନିବେଦନ କରିଛନ୍ତି ଦୁଇ ପରିବାର ।
ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକ
ପୁଅଙ୍କୁ ଉଦ୍ଧାର ପାଇଁ ପରିବାରର ନିବେଦନ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର କଲେଇ ଗାଁର ନରେନ୍ଦ୍ର ନାଏକ ଓ ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ସିନାପାଲି ଗାଁର ପ୍ରେମରାଜ ନାଏକ। ଦୁହେଁ ଦାଦନ ଶ୍ରମିକ। ରୋଜଗାର ଆଶାରେ ଭିଟାମାଟି ଛାଡ଼ିଥିଲେ। ୨୦୨୫ ମାର୍ଚ୍ଚ ମାସରେ କାମ ପାଇଁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯାଇଥିଲେ। ସେଠାରେ କିଛି ମାସ କାମ କରିବା ପରେ ଦଲାଲ ଅଧିକ ମଜୁରୀ ପ୍ରଲୋଭନ ଦେଖାଇ ଦୁଇ ସାଙ୍ଗକୁ ଟ୍ରେନ ଯୋଗେ ଅନ୍ୟତ୍ର ନେଇ ଦାଦନ ସର୍ଦ୍ଦାର ପାଖରେ ଛାଡ଼ି ଫେରାର ହୋଇଯାଇଛି। ଦାଦନ ସର୍ଦ୍ଦାର ନରେନ୍ଦ୍ର ଏବଂ ପ୍ରେମରାଜଙ୍କୁ ଆନ୍ଧ୍ରପ୍ରଦେଶର ପେହେନା ନଦୀ ଆରପଟେ ରଖି ମାଛ ଧରାକାମ କରାଉଛି। ପ୍ରାୟ ୧୦ ମାସ ହେବ କେବଳ ଖାଇବାକୁ ଦେଇ ଖଟାଉଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ : ଆଇଆରଏସ୍ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ : କ୍ବାର୍ଟର୍ସ ଭିତରେ ଦୁଷ୍କର୍ମ ସହ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ
ନରେନ୍ଦ୍ର ଓ ପ୍ରେମରାଜଙ୍କୁ ଟଙ୍କା ପଇସା କିଛି ଦେଉନାହିଁ। ଭୋର ୪ଟାରୁ ଦିନ ଗୋଟାଏ ଏବଂ ଦିନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରାଯାଉଛି। ଭଲରେ ଖାଇବାକୁ ମଧ୍ୟ ଦେଉନାହିଁ! ପାରିଶ୍ରମିକ ମାଗିଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛି! ତେଣୁ ଯୁବକ ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ପରିବାର ଲୋକ। ନରେନ୍ଦ୍ରଙ୍କ ବାପା ଅଶ୍ୱିନୀ ନାଏକ କଳାହାଣ୍ଡି ଜିଲ୍ଲାପାଳ ଠାରୁ ଆରମ୍ଭ କରି ଶ୍ରମ ବିଭାଗ, ଜୁନାଗଡ଼ ଥାନା ଓ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱରାସ୍ଥ ହୋଇଛନ୍ତି। କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ ଆଣିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/bonded-labourer-2026-02-22-18-24-29.jpg)