ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ; ୨୦ ବର୍ଷ ପରେ ବି ମିଳିପାରିଲାନି ଖଣ୍ଡେ ଘର

ଛିଣ୍ଡା ପଲିଥିନ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ ।ଅସହାୟ ଅବସ୍ଥାରେ ପରିବାର ସହ ରହୁଛନ୍ତି ଜୟପାଟଣାର ବୃଦ୍ଧା ମିଲାପ ବାଇ ।୨୦ ବର୍ଷ ପରେ ବି ମିଳିପାରିନି ଘର ।ଆବାସ ଯୋଜନାରେ ଘର ପାଇଁ ପ୍ରଶାସନକୁ କଲେ ଅନୁରୋଧ ।

26p

କନକ ବ୍ୟୁରୋ: ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ  । ଦିନେ କି ଦୁଇ ଦିନ ନୁହେଁ ୨୦ ବର୍ଷରୁ ଅଧିକ ଦିନ ହେଲା ଛିଣ୍ଡା ଦଦରା ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି ୩ ପ୍ରାଣୀ କୁଟୁମ୍ବ । ହାଡଭଙ୍ଗା ଶୀତରେ ଛିଣ୍ଡା ପଲିଥିନ ତଳେ ଜୀବନ ଅତି ଦୁର୍ବସହ ହୋଇପଡୁଛି । ହେଲେ ପଲିଥିନ୍ ତଳ ଯନ୍ତ୍ରଣା ଦାୟକ ଜୀବନ ଜୀଉଁଛନ୍ତି ବୃଦ୍ଧା ମିଲାପ ବାଇ ଓ ତାଙ୍କ ପରିବାର । କଳାହାଣ୍ଡି ଜୟପାଟଣାରେ ଥିବା ଆରଏମସି ପଡିଆରେ ପଲିଥିନ ତଳେ ଜୀବନ ବିତାଉଛନ୍ତି  ୭୭ ବର୍ଷିୟ ମିଲାପ ବାଇଙ୍କ ପରିବାର । ଖରା, ବର୍ଷା, ଶୀତ ସବୁ ଏଇଠି ବିତୁଛି । ଗରିବଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ ପାଲଟିଛି । 

ମିଲାପଙ୍କ ନିଜର ଘରଡିହ ଖଣ୍ଡେ ନଥିବାରୁ ସରକାରୀ ଘରଖଣ୍ଡେ ମଧ୍ୟ ମିଳିପାରୁନାହିଁ । ଫଳରେ ବର୍ଷା ଶୀତରେ ବି ଏମିତି କଷ୍ଟସାଧ୍ୟ ଜୀବନ କାଟୁଛନ୍ତି ।  ସେପଟେ ସରକାରୀ ସହାୟତା କହିଲେ କେବଳ ମିଲାପ ବାଇଙ୍କୁ ମିଳୁଥିବା ୫ କେଜି ଚାଉଳ ଓ  କିଛି ଭତ୍ତା । ପୁଅ ଓ ନାତିଙ୍କ ଆଧାର କାର୍ଡ ଜୟପାଟଣା ବାସିନ୍ଦା ହିସାବରେ ହୋଇପାରୁନଥିବାରୁ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି  । ସେହିଭଳି ମିଳୁଥିବା ୫ କୋଜି ଚାଉଳ ସେମାନଙ୍କୁ ପାଇଁ ସମୁଦ୍ରଙ୍କୁ ଶଙ୍ଖେ ଭଳି । 

ଅସହାୟ ଅବସ୍ଥାରେ ରହୁଥିବା ମିଲାପଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯିବା ସହ ଘର ଖଣ୍ଡିଏ ଯୋଗାଯାଇପାରିଲେ ସେମାନେ ଉପକୃତ ହୋଇପାରିବେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe