କଥା ଦେଇ ଭୁଲିଗଲେ ବିଜେପି ସରକାର ; ବର୍ଦ୍ଧିତ ଭତ୍ତା ଦେବାକୁ କହି ଭୁଲିଗଲେ

୩ହଜାର ୫ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ବିଜେପି ।  ସରକାର ଗଢ଼ିବା ପରେ ବଦଳିଗଲା କି ନିୟମ । ମାତ୍ର କିଛି ଲୋକଙ୍କୁ ଦେଇ ଚୁପ୍ ପ୍ରଶାସନ । ଦୌଡି ଦୌଡି ନୟାନ୍ତ ଯୋଗ୍ୟ ହିତାଧିକାରୀ । ମୁହାଁମୁହିଁ ବିଜେଡି ବିଜେପି ।

Allowance Dispute

Allowance Dispute Photograph: (KanakNews)

କନକ ବ୍ୟୁରୋ: ବାରମ୍ବାର ବଦଳୁଛି ନିୟମ । ତଳୁ ଉପର ଯାଏଁ କେହି କିଛି ଶୁଣୁନାହାନ୍ତି । ନିର୍ବାଚନ ପରେ ଚିତ୍ର କେମିତି ବଦଳିଯାଏ, ତାହା ଦେଖିବାକୁ ମିଳିଛି ବର୍ଦ୍ଧିତ ଭତ୍ତା ପ୍ରଦାନ କ୍ଷେତ୍ରରେ । ଯାହାକୁ ନେଇ ବର୍ଦ୍ଧିତ ଭତା ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଏ ଅଫିସରୁ  ସେ ଅଫିସ ଦଉଡି ଦଉଡି ନୟାନ୍ତ ହୋଇଛନ୍ତି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ ।  

ପ୍ରତିଶ୍ରୁତି ଥିଲା ସମସ୍ତ ଭତ୍ତା ହିତାଧିକାରୀଙ୍କୁ ମିଳିବ ୩୦୦୦ ଟଙ୍କା। କିନ୍ତୁ ନିର୍ବାଚନ ପରେ ବଦଳିଗଲା ସରକାରଙ୍କ ସ୍ବର । ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଘୋଷଣା କରିଥିଲେ ସରକାର। ହେଲେ, ଏବେ ସେହି ବର୍ଦ୍ଧିତ ଭତ୍ତା ବି ସମସ୍ତଙ୍କୁ ମିଳିପାରୁନି। ଏପରିକି ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ଏ ଅଫିସରୁ ସେ ଅଫିସକୁ ଦୌଡିବାକୁ ବାଧ୍ୟ ହେଉଛନ୍ତି। ଫଳରେ ରାଜ୍ୟରେ ଏବେ ବି ହଜାର ହଜାର ଆବେଦନକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି। 

ପ୍ରଥମ ଦଫାରେ ୩ ଲକ୍ଷ ୮୮ ହଜାର ୩୬ ଜଣଙ୍କୁ ମିଳିଛି ବର୍ଦ୍ଧିତ ଭତ୍ତା। ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଦ୍ବିତୀୟ ଦଫାରେ ଭତ୍ତା ମିଳିବ ବୋଲି କୁହାଯାଇଥିଲା। ହେଲେ ପରେ ପ୍ରତି ଜିଲ୍ଲାରୁ ସର୍ବାଧିକ ୨୦୦ ଜଣଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଇପାରିବ ବୋଲି କହିଲେଣି ସରକାର। ଏହି ନିୟମ ଆଧାରରେ ୨୩ ଜିଲ୍ଲାରୁ ମାତ୍ର ୪୪୨୨ ଜଣଙ୍କୁ ୩୫୦୦ ଲେଖାଏଁ ଭତ୍ତା ଦିଆଯାଇଛି। ଦ୍ବିତୀୟ ଦଫାରୁ ବାଦ୍‌ ପଡ଼ିଛି ଅନୁଗୁଳ, ବାଲେଶ୍ବର, ବରଗଡ଼, କଟକ, ମାଲକାନଗିରି, ନୂଆପଡ଼ା, ପୁରୀ ଜିଲ୍ଲା। ଯାହାକୁ ନେଇ ବିରୋଧୀ କହିଛନ୍ତି, ନିର୍ବାଚନ ପରେ ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା। ସେପଟେ ମନ୍ତ୍ରୀ କହିଛନ୍ତି ଲୋକଙ୍କ ସ୍ବାର୍ଥ କଥା ଚିନ୍ତା କରୁଛନ୍ତି, ଲୋକଙ୍କ ସରକାର। 

ଭତ୍ତା ପାଉଥିବା ହିତାଧିକାରୀଙ୍କ ତାଲିକା ସରକାରଙ୍କ ପାଖରେ ଥିଲା । ତଥାପି ସର୍ଭେ କରାଇ ସମସ୍ତଙ୍କଠାରୁ ପୁଣି ଥରେ କାଗଜପତ୍ର ନେଲେ । କିନ୍ତୁ ଦେଲା ବେଳକୁ ବଦଳିଗଲା ନିୟମ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe