କନକ ବ୍ୟୁରୋ: ଓଲା ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା । ଚନ୍ଦକାର ଏକ ହୋଟେଲ ନିକଟରେ ଫିଙ୍ଗିଦେଲେ ମୃତଦେହ । ମୃତକଙ୍କ ନାଁ ବିଦ୍ୟାଧର ସାହୁ । ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଛି । ୧୫ଦିନ ତଳେ ବଡ଼ଗଡ଼ ଥାନାରେ ଅପହରଣ ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ଖୋଳତାଡ଼ କରୁଛି ବଡ଼ଗଡ଼ ଥାନା ପୁଲିସ । ତେବେ କିଏ କାହିଁକି ଏହି ହତ୍ୟା କରିଛି ସେ ନେଇ କୌଣସି ସୂଚନା ମିଳିନାହିଁ । ତେବେ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । 

Advertisment