କନକବ୍ୟୁରୋ : ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ। ୨ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ, ଡିଜେଲ ଗାଡି । ଆଜି ପେଟ୍ରୋଲ ଟାଙ୍କିକୁ ଗାଡି ନଆସିଲେ କାଲିଠୁ ଦେଖାଦେବ ତୈଳ ଅଭାବ । ଅନେକ ଟାଙ୍କିରେ ପେଟ୍ରୋଲ, ଡିଜେଲ ଖାଲି ହୋଇ ଯିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲରସ ଆସୋସିଏସନ ସଭାପତି ସଞ୍ଜୟ ଲାଠ। ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଛି । ଭାରତ ବନ୍ଦ ଡାକରା ଯୋଗୁଁ ରାଜଧାନୀ ଭୁବନେଶ୍ୱରର ସମସ୍ତ ପେଟ୍ରୋଲ ଟାଙ୍କି ଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ତୈଳ ପରିବହନ ପ୍ରଭାବିତ : ଆଜି ପେଟ୍ରୋଲ ଟାଙ୍କିକୁ ଗାଡ଼ି ନ ଆସିଲେ କାଲିଠୁ ଦେଖା ଦେବ ତେଲ ଅଭାବ
ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ। ୨ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ, ଡିଜେଲ ଗାଡି ।
/kanak/media/media_files/2025/07/09/petrol-pump-2025-07-09-15-17-44.jpg)