କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , ଆଗାମୀ ଦିନରେ ଯାଜପୁର ଜିଲ୍ଲାରେ କରାଯିବ ୧ଲକ୍ଷ କୋଟି ଟଙ୍କାର ନିବେଶ । ଡଙ୍କାରି ପାହାଡ ପାଦ ଦେଶରେ ଅଠର ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ ତୈଳ ଭଣ୍ଡାର। ଧର୍ମଶାଳା ମହୋତ୍ସବରେ ସାମିଲ ହୋଇ ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଯାଜପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଲକ୍ଷ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାଜପୁର ଜିଲ୍ଲାର ଡଙ୍କାରି ପାହାଡ଼ର ପାଦ ଦେଶରେ ଭାରତୀୟ ତୈଳ ନିଗମ ଦ୍ଵାରା ଅଠର ହଜର କୋଟି ଟଙ୍କା ବିନିଯୋଗରେ ତୈଳ ଭଣ୍ଡାର ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ପାଞ୍ଚ ହଜାର ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ  କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ପ୍ରକଳ୍ପର ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାଚୀନ ବୌଦ୍ଧ ପୀଠ ଓ ଐତିହ୍ୟ ସମ୍ପନ୍ନ ପବିତ୍ର ଭୂଖଣ୍ଡ ଭାବେ ପରିଚିତ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳ ରାଜ୍ୟର ପର୍ୟ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ସ୍ୱା

Advertisment

ଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଓଡ଼ିଆ ସାହିତ୍ୟ ଓ ରାଜ୍ୟ ରାଜନୀତି କ୍ଷେତ୍ରରେ ଧର୍ମଶାଳା ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଛି। ରାଜ୍ୟରେ ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ଧର୍ମଶାଳା ଅଞ୍ଚଳର ସ୍ୱତନ୍ତ୍ରତା ରହିଛି । ଓଡ଼ିଶାର ଐତିହ୍ୟ କଳା, ସଂସ୍କୃତି, ସାହିତ୍ୟ, ଇତିହାସ, ସହିତ ଓତପ୍ରୋତ ଭାବେ ଜଡ଼ିତ ଯାଜପୁର ଜିଲ୍ଲାରେ ବହୁ କବି, ସାହିତ୍ୟିକ, ଦାର୍ଶନିକ, ଶିଳ୍ପୀ, କଳାକାର, ବିଦ୍ୱାନ, ପ୍ରଶାସକ, ରାଜନୀତିଜ୍ଞ ଓ କ୍ରୀଡାବିତ୍ ଜନ୍ମଗ୍ରହଣ କରି ଜିଲ୍ଲାକୁ ମହିୟାନ କରିଛନ୍ତି । ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପାୟନ ଜିଲ୍ଲା ହେଉଛି ଯାଜପୁର, ଆଜି ଯାଜପୁର କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ପ୍ରାପ୍ତ ହୋଇଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।