ତେଲ ଦରରେ ଲାଗିବ ନିଆଁ, ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ଆଶଙ୍କା

Advertisment

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆରମ୍ଭ ହେବା ପରେ ସବୁଠୁ ଅଧିକ ପ୍ରଭାବିତ ହେବ ତେଲ ଦର । ଅଶୋଧିତ ତେଲ ଦର  ବଡ଼ ଧରଣର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା-ଇସ୍ରାଏଲର ଆକ୍ରମଣ ପରେ ହର୍ମୁଜ ଷ୍ଟ୍ରେଟ ଦେଇ ଜାହାଜ ଚଳାଚଳକୁ ଇରାନ୍ ବନ୍ଦ କରି ଦେଇଥିବାରୁ ବଢ଼ିଛି ଏଭଳି ଆଶଙ୍କା ।

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆରମ୍ଭ ହେବା ପରେ ସବୁଠୁ ଅଧିକ ପ୍ରଭାବିତ ହେବ ତେଲ ଦର । ଅଶୋଧିତ ତେଲ ଦର  ବଡ଼ ଧରଣର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା-ଇସ୍ରାଏଲର ଆକ୍ରମଣ ପରେ ହର୍ମୁଜ ଷ୍ଟ୍ରେଟ ଦେଇ ଜାହାଜ ଚଳାଚଳକୁ ଇରାନ୍ ବନ୍ଦ କରି ଦେଇଥିବାରୁ ବଢ଼ିଛି ଏଭଳି ଆଶଙ୍କା ।

10-Petrol Price hike

କନକ ବ୍ୟୁରୋ: ଆମେରିକା-ଇସ୍ରାଏଲ ଓ ଇରାନ୍ ଯୁଦ୍ଧ ପରେ ତେଲକୁ ନେଇ ସାରାବିଶ୍ବର ଚିନ୍ତା ବଢ଼ାଇ ଦେଇଛି । ହର୍ମୁଜ ଷ୍ଟ୍ରେଟରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି । ଯୁଦ୍ଧ ବନ୍ଦ ନହେଲେ ଅଶୌଧିତ ତେଲ ଦର ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

 ଏହା ବି ପଢ଼ନ୍ତୁ: ବିଭିନ୍ନ ଜାଗାରେ ଫସିଛନ୍ତି ଓଡ଼ିଆ, କେନ୍ଦ୍ର ଯୋଗାଯୋଗରେ ରାଜ୍ୟ ସରକାର

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆରମ୍ଭ ହେବା ପରେ ସବୁଠୁ ଅଧିକ ପ୍ରଭାବିତ ହେବ ତେଲ ଦର । ଅଶୋଧିତ ତେଲ ଦର  ବଡ଼ ଧରଣର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା-ଇସ୍ରାଏଲର ଆକ୍ରମଣ ପରେ ହର୍ମୁଜ ଷ୍ଟ୍ରେଟ ଦେଇ ଜାହାଜ ଚଳାଚଳକୁ ଇରାନ୍ ବନ୍ଦ କରି ଦେଇଥିବାରୁ ବଢ଼ିଛି ଏଭଳି ଆଶଙ୍କା । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତେଲ ଦର ଉପରମୁହାଁ ହୋଇଥିଲା । ଶୁକ୍ରବାରକୁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା୩% ବଢ଼ି ପାଖାପାଖି ୭୩ ଡଲାରରେ ପହଁଚି ଯାଇଥିଲା । ଆଉ ଏବେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଏହା ଆସନ୍ତା ସପ୍ତାହରେ ଅଶୋଧିତ ତୈଳ ଦର ଦ୍ରତ ଗତିରେ ବଢ଼ିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ । 
ସେଣ୍ଟର ଫର ଷ୍ଟ୍ରାଟେଜିକ ଏଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜର ଆକଳନ

- ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୯୦ ଡଲାର ଉପରକୁ ଟପିପାରେ
ଜେପି ମର୍ଗାନର ଆଳକନ
- ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧୦୦  ଡଲାର ଟପିପାରେ 

ଆମେରିକା-ଇସ୍ରାଏଲର ଆକ୍ରମଣ ଓ ଇରାନର ପାଲଟା କାର୍ଯ୍ୟାନୁଷ୍ଠାନ ପୂରା ମଧ୍ୟପ୍ରାଚ୍ୟକୁ ସଂକଟ ଭିତରକୁ ଠେଲି ଦେଇଛି । ସମସ୍ତଙ୍କ ନଜର ମିଲିଟାରୀ ଅପରେସନ ଉପରେ ଥିଲେ ବି ଏହାର ପ୍ରଭାବ ସାରାବିଶ୍ବ ସମେତ ଭାରତ ଉପରେ ବି ପଡ଼ିପାରେ । 

ଚିନ୍ତା ବଢ଼ିବା ପଛର ମୁଖ୍ୟ କାରଣ, ଇରାନ ବିଶ୍ବର ତୃତୀୟ ସବୁଠୁ ବଡ଼ ତେଲ ଭଣ୍ଡାର ଥିବା ଦେଶ । 
୨୦୨୪-୨୫ର ଆକଳନ ଅନୁସାରେ ଇରାନରେ ୨୦୮-୨୦୯ ଅରବ ବ୍ୟାରେଲ୍ ଅଶୋଧିତ ତୈଳ ରହିଛି । ଯାହାକି ସାରା ବିଶ୍ବରେ ଥିବା ମୋଟ୍ ତେଲର ପ୍ରାୟ ୧୨% । ଅନ୍ତଜାର୍ତୀୟ କଟକଣା ସତ୍ବେ ବି ଇରାନ ବିଶ୍ବର ଏକ ପ୍ରମୁଖ ତୈଳ ଯୋଗାଣକାରୀ ରାଷ୍ଟ୍ରର ଭୂମିକା ତୁଲାଇ ଆସୁଛି । ପ୍ରତିଦିନ ୩.୩ରୁ ୩.୫ ମିଲିଅନ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ କରିଥାଏ ଇରାନ । ଯାହାକି ପ୍ରତିଦିନ ବିଶ୍ବରେ ଆବଶ୍ୟକ ହେଉଥିବା ତେଲର ୩% ପୂରଣ କରିଥାଏ । 


ଏଥିସହ ହର୍ମୁଜ ଷ୍ଟ୍ରେଟ ଦେଇ ସାଉଦି ଆରବ, ଇରାକ୍, ୟୁଏଇ, କୁଏତ୍ ଓ କତରରୁ ଚୀନ, ଭାରତ, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶକୁ ଅଶୌଧିତ ତୈଳ ଯାଇଥାଏ । ଯାହାକି ଏବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe