ପାକିସ୍ତାନରେ ଲିଟର ପିଛା ୫୫ ଟଙ୍କା ବଢ଼ିଲା ତେଲ ଦର

Advertisment

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୫୫ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଜଣ କେନ୍ଦ୍ରୀୟ ମନ୍ତ୍ରୀ ଏହି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି।

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୫୫ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଜଣ କେନ୍ଦ୍ରୀୟ ମନ୍ତ୍ରୀ ଏହି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି।

07bbs_24_07032026_111

Photograph: (kanaknews)

କନକବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୫୫ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଜଣ କେନ୍ଦ୍ରୀୟ ମନ୍ତ୍ରୀ ଏହି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି। ବର୍ଦ୍ଧିତ ମୂଲ୍ୟ ମାର୍ଚ୍ଚ ୭ତାରିଖ ମଧ୍ୟରାତ୍ରି ପରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଇନ୍ଧନ କିଣିବା ପାଇଁ ପାକିସ୍ତାନର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। 

ମୂଲ୍ୟ ବୃଦ୍ଧି ପରେ, ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୨୧.୧୭ ପାକିସ୍ତାନୀ ଟଙ୍କା(ପିକେଆର୍) ଓ ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ଲିଟର ପିଛା ୩୩୫.୮୬ ପିକେଆର ରେ ପହଞ୍ଚିଛି। ମୂଲ୍ୟ ବୃଦ୍ଧି ଖବର ପ୍ରଚାରିତ ହେବା ମାତ୍ରେ ଲାହୋର, କରାଚୀ, ଇସଲାମାବାଦ ଓ ରାୱଲପିଣ୍ଡି ଭଳି ପ୍ରମୁଖ ସହରରେ ଲୋକମାନେ ମଧ୍ୟରାତ୍ରିରୁ ପେଟ୍ରୋଲ କିଣିବା ପାଇଁ ଧାଡ଼ି ଲଗାଇଛନ୍ତି, ଯାହା ଫଳରେ ଶହ ଶହ ମିଟର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe