କନକ ବ୍ୟୁରୋ : ଯେତେ ଅନୁକୂଳ ସ୍ଥିତି ହେଲେ ମଧ୍ୟ ତେଲ ଦର କମାଇବାକୁ ଚାହୁନାହାନ୍ତି କମ୍ପାନି । ସରକାର ବି ଚାପ ପକାଉନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ପରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍‌ ଲିଟର ପିଛା ୧୫ ଟଙ୍କାର ଲାଭ କରୁଛନ୍ତି । କିନ୍ତୁ ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚୁନାହିଁ । ଦୀର୍ଘଦିନ ଧରି ଗୋଟିଏ ଦାମ୍‌ରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍ ୬୫ ଡଲାର ପାଖାପାଖି ହ୍ରାସ ପାଇଛି । ସେଥିପାଇଁ ତେଲ ଦର କମ୍ ହେବାର ସୁଯୋଗ ସୃଷ୍ଟି ହୋଇଛି । 

Advertisment

-ଅଶୋଧିତ ତେଲ ଦରରେ ହୋଇଥିବା ହ୍ରାସ ପ୍ରଭାବରେ ତୈଳ କମ୍ପାନିଗୁଡ଼ିକୁ ବେଶ ଲାଭ ମିଳୁଛି
-ପେଟ୍ରୋଲ୍ ଲିଟର ପିଛା ୧୨-୧୫ ଟଙ୍କା ଲାଭ
-ଡିଜେଲ୍‌ରେ ୬ ଟଙ୍କା ୧୨ ପଇସାର ଲାଭ 
-ପେଟ୍ରୋଲ ଓ ଡିଜେଲ୍ ଦାମ୍ କମିବାର ସମ୍ଭାବନା ଦେଖାଦେଇଥିଲା
-କିନ୍ତୁ ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨ ଟଙ୍କା ବଢ଼ାଇ ଦେବା ପରେ ତାହା ମଧ୍ୟ ଦୂର ହୋଇଛି
-ତେଣୁ ତେଲ ଦର କମିବାର ଆଉ କୌଣସି ସମ୍ଭାବନା ନାହିଁ 
-ଗତ ତିନି ମାସ ଭିତରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୬୫-୭୫ ଡଲାର ମଧ୍ୟରେ ରହିଛି
-ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ଓ ଡିଜେଲ୍‌ରେ ୩ ଟଙ୍କା ହ୍ରାସ କରିବା ସ୍ଥିତିରେ ଅଛନ୍ତି
 ଗତ ୫ ବର୍ଷ ମଧ୍ୟରେ ଦେଶର ସାତଟି ବଡ଼ ତେଲ କମ୍ପାନି ବିପୁଳ ଲାଭ କରିଛନ୍ତି
 -ପ୍ରତିବର୍ଷ ସେମାନେ ଲାଭ କରୁଛନ୍ତି
-ପେ‌ଟ୍ରୋଲ୍ ଓ ଡିଜେଲ୍‌ରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ୫ ବର୍ଷରେ ୩୫ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି
-କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲଗାଇ କେନ୍ଦ୍ର ସରକାର ୨୧.୪ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି
-ରାଜ୍ୟଗୁଡ଼ିକ ମିଳିତ ଭାବେ ୧୩.୬ ଲକ୍ଷ କୋଟି ଟଙ୍କାର ରୋଜଗାର କରିଛନ୍ତି
-୨୦୨୩-୨୪ରେ ୭ଟି ବଡ଼ ତୈଳ କମ୍ପାନିର ମୋଟ ଲାଭ ୨.୨୯ ଲକ୍ଷ କୋଟି ଟଙ୍କା ଥିଲା
-ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ୫ ବର୍ଷରେ ସର୍ବାଧିକ ୨.୮୬ ଲକ୍ଷ କୋଟି ଟଙ୍କାର ଲାଭ କରିଛି