କନକ ବ୍ୟୁରୋ: ଈରାନ ସରକାରଙ୍କ ବିରୋଧରେ ହଜାର ହଜାର ପ୍ରତିବାଦକାରୀ ରାସ୍ତାକୁ ଓହ୍ଲାଇବା ପରେ ଦମନଲୀଳା କରୁଛି ଏଠିକାର ସରକାର । ଅନ୍ୟପଟେ ଆମେରିକା ଏହି ଘଟଣାକୁ ନେଇ ଇରାନ ଖେମନେଇ ସରକାରଙ୍କୁ ଧମକ ଦେଇଛି । ଯଦି ପ୍ରତିବାଦକାରୀଙ୍କୁ ଦମନ କରାଯାଏ ତାହେଲେ ଆମେରିକା ସୈନ୍ୟ ପଠାଇ ଉଚିତ ଜବାବ ଦେବ । ଆଉ ଟ୍ରମ୍ପଙ୍କ ଏଭଳି ବୟାନରେ ସାରା ବିଶ୍ବ ଉପରେ ଏବେ ବିପଦର କଳାବାଦଲ ଦେଖାଗଲାଣି । ଆମେରିକାକୁ ଠିକଣା ଜବାବ ଦେବାକୁ ଯାଇ ହର୍ମୁଜ୍ ଜଳଡମ୍ବରୁମଧ୍ୟ ବା ’ଷ୍ଟ୍ରେଟ୍ ଅଫ୍ ହରମୁଜ୍’କୁ ବନ୍ଦ କରିଦେଇପାରେ ଈରାନ୍ , ଯାହାର ପରିଣାମ ସାରା ବିଶ୍ବକୁ ଭୋଗିବାକୁ ପଡ଼ିପାରେ ।
ଷ୍ଟ୍ରେଟ୍ ଅଫ୍ ହରମୁଜ୍’ କ’ଣ?
’ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ହେଉଛି ତୈଳ ପରିବହନ ପାଇଁ ସବୁଠୁ ମୁଖ୍ୟ ସାମୁଦ୍ରିକ ପଥ ଦୁନିଆର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଏଲ ଚେକପଏଣ୍ଟ ହେବା କାରଣରୁ ଏହି ପଟଦେଇ ବିଶ୍ବ ତୈଳ ରପ୍ତାନୀର ପାଖାପାଖି ଏକ ପଞ୍ଚମାଂଶ ତୈଳ ଓ ପ୍ରକୃତିକ ଗ୍ୟାସର ପରିବହନ ହୁଏ । ଇରାନ ଉତ୍ତରରେ ଏବଂ ଓମାନ୍ ଏବଂ ୟୁନାଇଟେଡ୍ ଆରବ୍ ଏମିରେଟ୍ସର ଦକ୍ଷିଣରେ ଅବସ୍ଥିତ । ଏହା ପାରସ୍ୟ ଉପସାଗରକୁ ଓମାନ୍ ଉପସାଗର ଏବଂ ଆରବ ସହିତ ସଂଯୋଗ କରେ । ଏହା ଉପକୂଳବର୍ତ୍ତୀ ଦେଶଗୁଡ଼ିକରୁ ଏହି ସାମୁଦ୍ରିକ ପଥ ଦେଇ ଅନ୍ୟ ଦେଶଗୁଡ଼ିକୁ ତୈଳ ଓ ଗ୍ୟାସ ଭରା ଜାହାଜ ଆତଯାତ କରେ । ଏହା ୩୩ କିଲୋମିଟର ଚଉଡ଼ା । ୨୦୨୫ରେ ଏହି ପଥ ଦେଇ ୧.୩ କୋଟି ବ୍ୟାରେଲ କ୍ରୁଡ ଅଏଲ ରପ୍ତାନୀ ହୁଏ, ଯାହା ସାରା ବିଶ୍ବ ତୈଳ ରପ୍ତାନିର ୩୧ ପ୍ରତିଶତ । ଏହି ପଟ ଦେଇ ସାଉଦୀ ଆରବ, ଇରାକ୍, ଈରାନ୍, କୁୱେତ୍, ୟୁନାଇଟେଡ୍ ଆରବ୍ ଏମିରେଟ୍ସ ଭଳି ବଡ଼ ବଡ଼ ତୈଳ ଉତ୍ପାଦନକାରୀ ଦେଶରୁ ଚୀନ୍, ଭାରତ , ଜାପାନ, ଦକ୍ଷିଣ କୋରିଆ ପରି ଦେଶକୁ ତୈଳ ଓ ନ୍ୟାଚୁରାଲ ଗ୍ୟାସ ପଠାଯାଏ । ଏହି ଦୃଷ୍ଟିରୁ ’ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ସାରା ବିଶ୍ବର ଆର୍ଥିକ ସ୍ଥିତିର ଏକ ମୁଖ୍ୟ ଅଂଶ ।
ଅଧିକ ପଢ଼ନ୍ତୁ: ଜାତିସଂଘ ମଞ୍ଚର ଅପବ୍ୟବହାର କରି ବିଭାଜନକାରୀ ଏଜେଣ୍ଡା ଚଳାଉଛି ପାକିସ୍ତାନ: ଭାରତ
ଆମେରିକାକୁ ଜବାବ ଦେବାକୁ ଯାଇ ଈରାନ ଯଦି ଏହି ଜଳ ପଥରେ ନିଜ ନୌସେନା ମୁତୟନ କଲା, ତାହେଲେ ଏହି ପଥ ଦେଇ ଅନ୍ୟ ଦେଶକୁ ତୈଳ ପରିବହନ ବାଧିତ ହେବ ନିଶ୍ଚୟ । ଦୀର୍ଘ ଦିନ ନୁହେଁ ମାସଟିଏ ବି ପରିବହନ ବନ୍ଦ ହେଲେ ଏହାର ପ୍ରଭାବ ସାରା ବିଶ୍ବ ଅର୍ଥନୀତି ଉପରେ ପଡ଼ିବ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏପରି ହେଲେ ତୈଳ ଦର ବ୍ୟାରେଲ ପିଛା ୧୦ରୁ ୨୦ ଡଲାର ବଢ଼ିଯିବ । ଆଉ ତୈଳ ଦର ପାଖାପାଖି ୩୦ ପ୍ରତିଶତ ବଢ଼ିଯାଇପାରେ । ହୁ ହୁ ହୋଇ ବଢ଼ିବ ପେଟ୍ରୋଲ , ଡିଜେଲ ଦର । ଆଉ ତୈଳ ଦର ବଢ଼ିବା ମାନେ ବଢ଼ିବ ପରିବହନ ଦର । ଆଉ ତା ସହ ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀର ଦର, ଯାହା ଏବେ ଅନେକ ଦେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/01/16/12-trump-card-2026-01-16-17-42-52.jpg)