କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ବାରବାଟୀ ମ୍ୟାଚ ପାଇଁ ସୁରକ୍ଷା ଯାଞ୍ଚଚ। ଆସନ୍ତାକାଲିଠୁ ୨ ଦିନ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ଏବଂ କଟକ ଡିସିପି ଜଗମୋହନ ମୀନା । ଲୋକମାନେ ଯେଭଳି ସୁରୁଖୁରୁରେ ଟିକେଟ୍ କିଣିବେ, ସେଥିପାଇଁ ୨୭ ପ୍ଲାଟୁନ ପୋଲିସ ନିୟୋଜିତ କରାଯିବ । ଟିକେଟ୍ କଳାବଜାରୀ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି । ସେହିପରି ଟିକେଟ୍ କିଣିବା ପାଇଁ ରାତିରୁ ଧାଡ଼ିରେ ଛିଡ଼ା ହେଲେ ସେମାନଙ୍କ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।
ଫେବ୍ରୁଆରୀ ୬ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏଥିପାଇଁ ଟିକେଟ୍ ବିକ୍ରି ସହ ଅନ୍ୟନ୍ୟ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବାରବାଟୀ ଆସି ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି । ୨ ବର୍ଷ ପରେ ଏହି ମ୍ୟାଚ ବାରବାଟୀରେ ଖେଳାଯାଉଥିବାରୁ ଏହାକୁ ସୌଭାଗ୍ୟର କଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ ବିକ୍ରି ସରିଥିବାବେଳେ ଅଫଲାଇନ୍ ଟିକେଟ୍ କାଲିଠୁ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/04/bfHdWtuAKNr6MrdDz26D.jpg)