କନକ ବ୍ୟୁରୋ: ପୁଣି ଅମଲାଙ୍କୁ ରାଜସ୍ୱ ବିଭାଗର ନାଲିଆଖି । ଧାରଣାରେ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳାନା ବିଭାଗ । ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ବାରମ୍ବାର ତାଗିଦ ସତ୍ତ୍ୱେ ବି କାମରେ ଯୋଗ ଦେଇନାହାନ୍ତି ରାଜସ୍ବ ଅମଲା ସଂଘ । ଦାବି ପୂରଣ ନେଇ ସାମୂହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି । ପୂର୍ବରୁ ଛୁଟି ବାତିଲ କରିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନଥିଲେ କର୍ମଚାରୀମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/25/action-2025-08-25-21-21-00.jpg)