କନକ ବ୍ୟୁରୋ: ବ୍ୟବସ୍ଥାପିକା ବଦଳୁଥାଏ । ଆଉ କାର୍ୟ୍ୟପାଳିକା ସବୁ ଦେଖୁଥାଏ । କାରଣ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇ ଆସୁଥିବା ସରକାରକୁ ବଦଳାଇଦେବାର କ୍ଷମତା ସେହି ଲୋକଙ୍କ ହାତରେ ଅଛି । ଏବେ ଯେତେବେଳେ ଓଡିଶା ରାଜନୀତିରେ କ୍ଷମତାର ପଟ୍ଟ ପରିବର୍ତ୍ତନ ହୋଇଛି, ବାବୁଙ୍କ ମୁହଁରେ ବନ୍ଧା ହୋଇଥିବା ତୁଣ୍ଡି ଏକ ପ୍ରକାର ଖୋଲିଯାଇଛି । ଗତ ୨୪ ବର୍ଷ ଧରି ରାଜ୍ୟ ବିକାଶର ଯେଉଁ ଗୋଲାପି ଚିତ୍ର ଦେଖାଇ ଆସୁଥିଲା ବିଜେଡି ତା’ ଉପରୁ ପରଦା ହଟାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଜିଲ୍ଲା ପ୍ରଶାସନର ମୁଖିଆ ଆକ୍ଷେପ କରିଛନ୍ତି କେନ୍ଦ୍ରାପଡାରେ ବଡ ବଡ ନେତା ଥାଇ ଜିଲ୍ଲାର ବିକାଶ ହୋଇପାରିନାହିଁ । ଅନ୍ୟ ଜିଲ୍ଲା ତୁଳନାରେ ବହୁ ପଛରେ ପଡିଛି କେନ୍ଦ୍ରାପଡା । ବିଭିନ୍ନ ଜାଗାକୁ ପରିଦର୍ଶନରେ ଗଲାବେଳେ ସେଠାକାର ସ୍ଥିତି ଦେଖି ସେ ଏହିଭଳି ଅନୁଭବ କରୁଥିବା ସେ କହିଛନ୍ତି ।
ବାବୁଙ୍କ ମୁହଁରୁ ବିକାଶ ହୋଇନଥିବା କଥା ଶୁଣି ଚିହିଁକି ଉଠିଛି ବିଜେଡି । କେନ୍ଦ୍ରାପଡା ଜିଲ୍ଳାପାଳ ବିଜେପିର ଭାଷା କହୁଥିବା ଆକ୍ଷେପ କରିଛନ୍ତି ବିଜେଡି ଉପସଭାପତି ପ୍ରମିଳା ମଲ୍ଳିକ । ସେପଟେ ଜିଲ୍ଲାପାଳଙ୍କ ବୟାନ ବିଜେପିକୁ ବେଶ ସୁହାଇଛି ।
ପୂର୍ବ ସରାକରରେ ବାବୁରାଜ ନେଇ ଚର୍ଚା ହେଉଥିଲା ହେଲେ ସେହି ବାବୁ ସରକାରଙ୍କ ବିରୁଧରେ ସ୍ବର ଉଠାଇବା ରାଜ୍ୟ ରାଜନୀତିକୁ ହଲଚଲ କରିଛି ।