କନକବ୍ୟୁରୋ : ଯୁବକଙ୍କୁ ଓଡ୍ରାଫ ତାଲିମ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ଲାଗି ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରୁଛି ରାଜ୍ୟ ବିପଦ ପ୍ରାବନ୍ଧନ ପ୍ରାଧିକରଣ  । ଏଥିପାଇଁ ୨୦ଟି ଜିଲ୍ଲାରେ ଓଡ୍ରାଫର ଯବାନଙ୍କୁ ନିୟୋଜିତ କରାଯାଇ ଯୁବକ ଯୁବତୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି  । ବନ୍ୟା ସମୟରେ ଧନ ଜୀବନକୁ ପ୍ରାଥମିକ ସ୍ତରରେ ରକ୍ଷା କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି ସରକାର  ।