କନକ ବ୍ୟୁରୋ : ପୁଣି କଡ଼ ଲେଉଟାଇଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ । ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ବର ଉପରେ ପଡ଼ୋଶୀ ରାଜ୍ୟର ଦାଦାଗିରି । ବାରମ୍ବାର ବିରୋଧ ସତ୍ତ୍ବେ ମାନୁନି ପଶ୍ଚିମବଙ୍ଗ । ବାଲେଶ୍ୱର ଭୋଗରାଇ ବ୍ଲକ ସାହାବାଜିପୁର ନିକଟରେ ଉତ୍ତେଜନା ଦେଖାଦେଇଛି । ସେପଟେ ପଶ୍ଚିମବଙ୍ଗକୁ ଯାଉଥିବା ବେଆଇନ ବାଲି ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ । ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ସାହାବାଜିପୁର ନିକଟରେ ପଡ଼ୋଶୀ ପଶ୍ଚିମବଙ୍ଗ ଓଡ଼ିଶା ରାସ୍ତାକୁ ଭାଙ୍ଗି ପଶୁଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ କାର୍ଯ୍ୟ ବନ୍ଦ ରହିଛି ।
ଭୋଗରାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରୂଲର ମେସିନକୁ ଜବତ କରିବା ସହ ବେଆଇନ ବାଲି ଗାଡ଼ି ଜବତ କରି ତାଳସାରି ସାମୁଦ୍ରିକ ଥାନାରେ ଅଟକ ରଖିଛନ୍ତି । ସରକାରଙ୍କୁ ଅବଗତ କଲା ପରେ ପ୍ରଶାସନ କାମକୁ ବନ୍ଦ କରିବା ସହ ପଶ୍ଚିମବଙ୍ଗର ଏକ ରୁଲର ମେସିନକୁ ଜବତ କରିଛି ମଧ୍ୟ । କିନ୍ତୁ ଘଟଣା ସ୍ଥଳକୁ କୌଣସି ଉଚ୍ଚସ୍ତରୀୟ ତଦନ୍ତ ହେଉନି କି ବିଭାଗୀୟ ଅଧୁକାରୀମାନେ ଆସୁନାହାନ୍ତି । ତେବେ ସାହାବାଜିପୁର ସୀମା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଖବର ଦେବା ପରେ ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନ ବହୁ ବିଳମ୍ବରେ ପହଞ୍ଚିଥିଲା । ତେବେ କେବେଠାରୁ ଏହି ବିବାଦ । ଆସନ୍ତୁ ନଜର ପକାଇବା କିଛି ତଥ୍ୟ ଉପରେ...
ଅଧିକ ପଢନ୍ତୁ : ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟର ମାଲିକ ଇସ୍ରାଏଲ: ଆମେରିକୀୟ ରାଷ୍ଟ୍ରଦୂତଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁସଲିମ ରାଷ୍ଟ୍ର ଅସନ୍ତୁଷ୍ଟ, ଓଆଇସିର ପ୍ରତିବାଦ
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ
ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା, ପଶ୍ଚିମବଙ୍ଗ ସୀମା ସମସ୍ୟା ଲାଗି ରହିଛି
୨୦୧୮ ଅଗଷ୍ଟରେ ବଙ୍ଗର ବେଆଇନ ଫଳକକୁ ଓଡ଼ିଶାର ପ୍ରଶାସନ ଉଚ୍ଛେଦ କରିଥିଲେ
ପୁଣି ୨୦୨୧ ନଭେମ୍ବର ୭ରେ ବେଳାଭୂମିରେ ବେଆଇନ ତଟ ସୁରକ୍ଷା ପ୍ରାଚୀରକୁ ମଧ୍ୟ ଭଙ୍ଗାଯାଇଥିଲା
୨୦୨୦ ନଭେମ୍ବର ୬ ଏବଂ ୨୦୨୫ ଫେବ୍ରୁଆରୀ ୨୮ରେ ସାହାବାଜିପୁର ଗାଁକୁ ପ୍ରାୟ ୧୦୦ ମିଟର ଧସେଇ ପଶି ସୀମା ଖୁଣ୍ଟ ପୋତିଥିଲେ
ଏହାକୁ ସ୍ଥାନୀୟ ଲୋକେ ଉପାଡ଼ି ଫିଙ୍ଗି ଦେଇଥିଲେ
ପୁଣି ୨୦୨୫ ମାର୍ଚ୍ଚ ମାସ ୨୨ ତାରିଖରେ କମର୍ଦ୍ଦା ପଞ୍ଚାୟତ ଶଗଡ଼ାସାହି ଗାଁରେ ୮୦ ଫୁଟ ନିର୍ମିତ ରାସ୍ତାକୁ ଭାଙ୍ଗିଥିଲେ
ଏହାକୁ ନେଇ ସୀମାନ୍ତ ଗାଁ ଗାଁ ମଧ୍ୟରେ ଭାଇଚାରା ନଷ୍ଟ ହେଉଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/kolkata-2026-02-23-07-19-17.jpg)