ଆରଜିଏଚରେ ଡାକ୍ତର ମରୁଡି ! ହସ୍ପିଟାଲର ସ୍ୱାସ୍ଥ୍ୟ ଖରାପ !

Advertisment

ରାଉରକେଲା ସରକାରୀ ଡାକ୍ତରଖାନାର ହାଲ ବେହାଲ । ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୧୩୭ ଜଣ ଡାକ୍ତର ରହିବା କଥା, ଅଛନ୍ତି ମାତ୍ର ୭୫ ଜଣ l ଡାକ୍ତରଖାନାରେ ଅଧାରୁ ଅଧିକ ପଦବୀ ଖାଲି ଅଛି ।

ରାଉରକେଲା ସରକାରୀ ଡାକ୍ତରଖାନାର ହାଲ ବେହାଲ । ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୧୩୭ ଜଣ ଡାକ୍ତର ରହିବା କଥା, ଅଛନ୍ତି ମାତ୍ର ୭୫ ଜଣ l ଡାକ୍ତରଖାନାରେ ଅଧାରୁ ଅଧିକ ପଦବୀ ଖାଲି ଅଛି ।

Hospital

କନକ ବ୍ୟୁରୋ : ରୋଗିଣା ସ୍ମାର୍ଟ ସିଟି ରାଉରକେଲା ସରକାରୀ ଡାକ୍ତରଖାନା । ସରକାରୀ ରେକର୍ଡ କହୁଛି, ୪୮ ବର୍ଷରେ ପାଦ ଥାପିଥିବା ହସ୍ପିଟାଲର ଯେତିକି ବିକାଶ ହେବା କଥା ତାହା ହୋଇନାହିଁ l ଏବେ ସରକାର ବଦଳିଛି l କିଛି ଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲ ଗସ୍ତ କରି ଫେରିଛନ୍ତି । ବିଜେଡି ସରକାରରେ ଯେଉଁ ସମସ୍ୟାର ସମାଧାନ ହୋଇପାରିନି ବିଜେପି ସରକାରରେ ସେ ଅସୁବିଧା ଦୂର ହେବ ବୋଲି ଆଶା କରାଯାଉଛି

ରାଉରକେଲା ସରକାରୀ ଡାକ୍ତରଖାନାର ହାଲ ବେହାଲ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୧୩୭ ଜଣ ଡାକ୍ତର ରହିବା କଥା, ଅଛନ୍ତି ମାତ୍ର ୭୫ ଜଣ l ଗତ ୧୨ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ଆରଜିଏଚ ଗସ୍ତ କରି ଡାକ୍ତରଖାନା ବାବଦରେ ଯେଉଁ କଥା କହିଛନ୍ତି, ତାହା ଡାକ୍ତରଖାନାର ସ୍ୱାସ୍ଥ୍ୟବସ୍ଥାକୁ ପଦାରେ ପକାଇଛି

ଡାକ୍ତରଖାନାରେ ଅଧାରୁ ଅଧିକ ପଦବୀ ଖାଲି ଅଛି ଭେଷଜ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ, ହୃଦରୋଗ ବିଶେଷଜ୍ଞ, କିଡିନି ରୋଗ ବିଶେଷଜ୍ଞ ନାହାନ୍ତି l ଖାଲି ସେତିକି ନୁହେଁ ଆଇସିୟୁର ସୁବିଧା ମଧ୍ୟ ନାହିଁ l ଏମଆରଆଇ ସେବା ଏଠି ସାତ ସପନ l

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାକୁ ଗୋଟିଏ କ୍ୟାଟାଗୋରିର ମାନ୍ୟତା ମିଳିଛି l ଏହା କେବଳ ନାଁକୁ ମାତ୍ର ବୋଲି ଅଭିଯୋଗ ହୋଇଛି l ରାଜ୍ୟର ୧୨ ଜଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରହିଛନ୍ତି । ସେମାନଙ୍କ ଭିତରୁ ଜଣେ ଆରଜିଏଚ ଓ ଜଣେ କ୍ୟାପିଟାଲ ହସ୍ପିଟାଲରେ ନିଯୁକ୍ତି ପାଇଛନ୍ତି l ଆରଜିଏଚ ସମସ୍ୟା ନେଇ ସରକାରଙ୍କୁ ଚିଠି କରାଯାଇଛି l ଖୁବଶୀଘ୍ର ସମାଧାନ ହେବ ବୋଲି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe