କନକ ବ୍ୟୁରୋ : ରୋଗିଣାସ୍ମାର୍ଟ ସିଟି ରାଉରକେଲା ସରକାରୀ ଡାକ୍ତରଖାନା। ସରକାରୀ ରେକର୍ଡ କହୁଛି, ୪୮ ବର୍ଷରେ ପାଦ ଥାପିଥିବା ହସ୍ପିଟାଲର ଯେତିକି ବିକାଶ ହେବା କଥା ତାହା ହୋଇନାହିଁ l ଏବେ ସରକାର ବଦଳିଛି l କିଛି ଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲ ଗସ୍ତ କରି ଫେରିଛନ୍ତି। ବିଜେଡି ସରକାରରେ ଯେଉଁ ସମସ୍ୟାର ସମାଧାନ ହୋଇପାରିନି ବିଜେପି ସରକାରରେ ସେ ଅସୁବିଧା ଦୂର ହେବ ବୋଲି ଆଶା କରାଯାଉଛି

Advertisment

ରାଉରକେଲା ସରକାରୀ ଡାକ୍ତରଖାନାର ହାଲ ବେହାଲ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୧୩୭ ଜଣ ଡାକ୍ତର ରହିବା କଥା,ଅଛନ୍ତି ମାତ୍ର ୭୫ ଜଣ l ଗତ୧୨ତାରିଖରେସ୍ୱାସ୍ଥ୍ୟମନ୍ତ୍ରୀଆରଜିଏଚଗସ୍ତକରିଡାକ୍ତରଖାନାବାବଦରେଯେଉଁକଥାକହିଛନ୍ତି, ତାହାଡାକ୍ତରଖାନାରସ୍ୱାସ୍ଥ୍ୟବସ୍ଥାକୁପଦାରେପକାଇଛି

ଡାକ୍ତରଖାନାରେଅଧାରୁଅଧିକପଦବୀଖାଲିଅଛି ଭେଷଜବିଶେଷଜ୍ଞ, ସ୍ନାୟୁରୋଗବିଶେଷଜ୍ଞ, ହୃଦରୋଗବିଶେଷଜ୍ଞ, କିଡିନିରୋଗବିଶେଷଜ୍ଞନାହାନ୍ତି l ଖାଲି ସେତିକି ନୁହେଁ ଆଇସିୟୁର ସୁବିଧା ମଧ୍ୟ ନାହିଁ l ଏମଆରଆଇ ସେବା ଏଠି ସାତ ସପନ l

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାକୁ ଗୋଟିଏ କ୍ୟାଟାଗୋରିର ମାନ୍ୟତା ମିଳିଛିlଏହା କେବଳ ନାଁକୁ ମାତ୍ର ବୋଲି ଅଭିଯୋଗ ହୋଇଛି l ରାଜ୍ୟର ୧୨ ଜଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରହିଛନ୍ତି । ସେମାନଙ୍କ ଭିତରୁ ଜଣେ ଆରଜିଏଚ ଓ ଜଣେ କ୍ୟାପିଟାଲ ହସ୍ପିଟାଲରେ ନିଯୁକ୍ତି ପାଇଛନ୍ତି l ଆରଜିଏଚସମସ୍ୟାନେଇ ସରକାରଙ୍କୁ ଚିଠି କରାଯାଇଛି l ଖୁବଶୀଘ୍ର ସମାଧାନ ହେବ ବୋଲି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି l