ଆଥଲେଟିକ୍ସରେ ଲଗାତାର କମୁଛି ଓଡିଶାର ପ୍ରଦର୍ଶନ : ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି, ହେଲେ ବାହାରିପାରୁନାହାନ୍ତି ଖେଳାଳି

ଖେଳାଳି ଅଧିକ ହେଲେ ପଦକ ସଂଖ୍ୟା କମ।  ଆଥଲେଟିକ୍ସରେ କ୍ରମାଗତ ଭାବେ କମୁଛି ଓଡ଼ିଶାର ପ୍ରଦର୍ଶନ। ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସେହି ଅନୁସାରେ ଖେଳାଳି ବାହାରୁ ନାହାନ୍ତି ।

7PM2

Photograph: (KANAKNEWS)

କନକବ୍ୟୁରୋ :  ଖେଳାଳି ଅଧିକ ହେଲେ ପଦକ ସଂଖ୍ୟା କମ।  ଆଥଲେଟିକ୍ସରେ କ୍ରମାଗତ ଭାବେ କମୁଛି ଓଡ଼ିଶାର ପ୍ରଦର୍ଶନ। ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସେହି ଅନୁସାରେ ଖେଳାଳି ବାହାରୁ ନାହାନ୍ତି । ଏଭଳି ସ୍ଥିତିରେ ଅଲିମ୍ପିକ୍ସ ସ୍ବପ୍ନ ଦେଖିଛୁ ଓଡିଶା। ...  ମଙ୍ଗଳବାର ଶେଷ ହୋଇଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ । ଓଡିଶାରୁ ୭୫ଜଣ ଖେଳାଳି ଏଥିରେ ଭାଗ ନେଇଥିଲେ ।  କିନ୍ତୁ ମାତ୍ର ୭ ଟି ପଦକ ହାସଲ କରିଛି ଓଡିଶା । ୨୦୧୯ ରେ ମାତ୍ର ୧୮ଜଣ ଖେଳାଳି ଜାତୀୟ ଜୁନିୟର ଚାମ୍ପିୟନସିପରେ ଭାଗ ନେଇ ୬ଟି ପଦକ ଜିତିଥିଲେ। ୨୦୨୩ ରେ ୧୩ଟି, ୨୦୨୪ ରେ ୧୧ଟି  ପଦକ ଜିତିଥିଲା ଓଡିଶା।
 ଯେତେବେଳେ ଭିତ୍ତିଭୂମି ନଥିଲା , ପଦକ ସଂଖ୍ୟା ଅଧିକ ଥିଲା, ଜାତୀୟ ରେକର୍ଡ ହେଉଥିଲା ।  

ଏବେ ଟେକ୍ନୋଲୋଜି ଅଛି, ଏକ୍ସିଲେନ୍ସିରେ ଟ୍ରେନିଂ ବି ଚାଲିଛି । ହେଲେ ପଦକ ମିଳୁନି । ଯାହା ଏକ ଚିନ୍ତାର ବିଷୟ ।  ରାଜ୍ୟରେ ଖେଳ ଭିତ୍ତିଭୂମି ବଢୁଛି ।   କ୍ରୀଡ଼ା ବଜେଟ ବି ଉପରମୁଁହା ।  ହେଲେ ଖେଳାଳିଙ୍କ ଦକ୍ଷତା ବଢୁନି । ପ୍ରଶ୍ନ ଉଠୁଛି ଯଦି ଖେଳ ଓ ଖେଳାଳିଙ୍କ ପାଇଁ ବଜେଟ ବଢୁଛି ତେବେ କାହିଁକି କମୁଛି ପ୍ରଦର୍ଶନ ।  କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ହେବନି ବରଂ ତୃଣମୂଳ ସ୍ତରରୁ ଖେଳାଳିଙ୍କ ପ୍ରତିଭା ବିକାଶ ଆବଶ୍ୟକତା ରହିଛି । ସେପଟେ କ୍ରୀଡ଼ା ବିଭାଗ କହିଛି କ୍ରମଶଃ ପରିବର୍ତ୍ତନ ଆସିବ । ଗୋଟେ ପଟେ ଓଡିଶାକୁ ଏକ ସ୍ପୋର୍ଟିଂ ପାୱାରରେ ପରିଣତ କଥା ଚିନ୍ତା କରୁଛେ। ଅନ୍ୟପଟେ ପଦକ ସଂଖ୍ୟା ହ୍ରାସ ପାଉଛି ।  ଏହାରି ଭିତରେ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଓଡ଼ିଶାର ସ୍ବପ୍ନକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe