କନକବ୍ୟୁରୋ : ଖେଳାଳି ଅଧିକ ହେଲେ ପଦକ ସଂଖ୍ୟା କମ। ଆଥଲେଟିକ୍ସରେ କ୍ରମାଗତ ଭାବେ କମୁଛି ଓଡ଼ିଶାର ପ୍ରଦର୍ଶନ। ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସେହି ଅନୁସାରେ ଖେଳାଳି ବାହାରୁ ନାହାନ୍ତି । ଏଭଳି ସ୍ଥିତିରେ ଅଲିମ୍ପିକ୍ସ ସ୍ବପ୍ନ ଦେଖିଛୁ ଓଡିଶା। ... ମଙ୍ଗଳବାର ଶେଷ ହୋଇଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ । ଓଡିଶାରୁ ୭୫ଜଣ ଖେଳାଳି ଏଥିରେ ଭାଗ ନେଇଥିଲେ । କିନ୍ତୁ ମାତ୍ର ୭ ଟି ପଦକ ହାସଲ କରିଛି ଓଡିଶା । ୨୦୧୯ ରେ ମାତ୍ର ୧୮ଜଣ ଖେଳାଳି ଜାତୀୟ ଜୁନିୟର ଚାମ୍ପିୟନସିପରେ ଭାଗ ନେଇ ୬ଟି ପଦକ ଜିତିଥିଲେ। ୨୦୨୩ ରେ ୧୩ଟି, ୨୦୨୪ ରେ ୧୧ଟି ପଦକ ଜିତିଥିଲା ଓଡିଶା।
ଯେତେବେଳେ ଭିତ୍ତିଭୂମି ନଥିଲା , ପଦକ ସଂଖ୍ୟା ଅଧିକ ଥିଲା, ଜାତୀୟ ରେକର୍ଡ ହେଉଥିଲା ।
ଏବେ ଟେକ୍ନୋଲୋଜି ଅଛି, ଏକ୍ସିଲେନ୍ସିରେ ଟ୍ରେନିଂ ବି ଚାଲିଛି । ହେଲେ ପଦକ ମିଳୁନି । ଯାହା ଏକ ଚିନ୍ତାର ବିଷୟ । ରାଜ୍ୟରେ ଖେଳ ଭିତ୍ତିଭୂମି ବଢୁଛି । କ୍ରୀଡ଼ା ବଜେଟ ବି ଉପରମୁଁହା । ହେଲେ ଖେଳାଳିଙ୍କ ଦକ୍ଷତା ବଢୁନି । ପ୍ରଶ୍ନ ଉଠୁଛି ଯଦି ଖେଳ ଓ ଖେଳାଳିଙ୍କ ପାଇଁ ବଜେଟ ବଢୁଛି ତେବେ କାହିଁକି କମୁଛି ପ୍ରଦର୍ଶନ । କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ହେବନି ବରଂ ତୃଣମୂଳ ସ୍ତରରୁ ଖେଳାଳିଙ୍କ ପ୍ରତିଭା ବିକାଶ ଆବଶ୍ୟକତା ରହିଛି । ସେପଟେ କ୍ରୀଡ଼ା ବିଭାଗ କହିଛି କ୍ରମଶଃ ପରିବର୍ତ୍ତନ ଆସିବ । ଗୋଟେ ପଟେ ଓଡିଶାକୁ ଏକ ସ୍ପୋର୍ଟିଂ ପାୱାରରେ ପରିଣତ କଥା ଚିନ୍ତା କରୁଛେ। ଅନ୍ୟପଟେ ପଦକ ସଂଖ୍ୟା ହ୍ରାସ ପାଉଛି । ଏହାରି ଭିତରେ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଓଡ଼ିଶାର ସ୍ବପ୍ନକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।