ଆଜି ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ : ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରହିଛି ଶପଥ ଗ୍ରହଣ ଉତ୍ସବ

Advertisment

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି

gov

gov Photograph: (gov )

କନକବ୍ୟୁରୋ : ଆଜି ଶପଥ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ । ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଆଜି ରାଜଭବନରେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଶପଥ ନେବା କାର୍ଯ୍ୟକ୍ରମ ରହିଛି। ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ହରିବାବୁ କମ୍ଭମପତି । ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ।  ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ -ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe