କନକ ବ୍ୟୁରୋ: ନୂଆଦିଲ୍ଲୀର ଡ. କର୍ଣ୍ଣି ସିଂହ ସୁଟିଂ ରେଞ୍ଜ୍ରେ ଆୟୋଜିତ ଏସୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶା ମାନ୍ୟତା ସିଂହ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମାନ୍ୟତା ଏହି ପ୍ରତିଯୋଗିତାର ୧୦ମିଟର ଏୟାର ରାଇଫଲ୍ ବର୍ଗର ଦ୍ବିତୀୟ ସ୍ଥାନରେ ରହିଥିଲେ । ସେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳୁଥିଲେ ।
ଏହା ବି ପଢ଼ନ୍ତୁ: ଇଟାଲିର ପଦାର୍ପଣକୁ ଫିକା କଲା ସ୍କଟ୍ଲାଣ୍ଡ୍
ମାନ୍ୟତା କଳିଙ୍ଗ ଷ୍ଟାଡିଅମସ୍ଥିତ ଓଡ଼ିଶା ଆଦିତ୍ୟ ବିର୍ଲା–ଗଗନ୍ ନାରାଙ୍ଗ ସୁଟିଂ ହାଇ ପରଫର୍ମାନ୍ସ ସେଣ୍ଟରରେ ଓଟିଏପି ଯୋଜନା ଅଧୀନରେ ୨୦୨୦ ମସିହାରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ରାଇଫଲ୍ ଆସୋସିଏସନ୍ର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଶୁଟିଂ ଏଚ୍ପିସି ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ ପୂର୍ବକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି ପ୍ରତିଯୋଗିତାର ୨୫ମିଟର ପିସ୍ତଲ ଫାଇନାଲ୍ରେ ହାରି ଅଲିମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/09bbs_48_09022026_111-2026-02-09-21-46-32.jpg)