କନକ ବ୍ୟୁରୋ : ବଦଳିବ ସମ୍ବଲପୁର ଚିଡିଆଖାନାର ଚିତ୍ର । ନିର୍ମାଣ ହେବ ୩ଟି ଗ୍ଲାସ୍ ଭ୍ୟୁ ଏନକ୍ଲୋଜର । ଆଜି ସମ୍ବଲପୁର ଚିଡିଆଖାନାରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ୩ଟି ଏନକ୍ଲୋଜର ପାଇଁ ଭିତ୍ତି ଦେଇଛନ୍ତି । ଗୋଟିଏ ଏନ୍କ୍ଲୋଜରରେ ୪ ମହାବଳ ବାଘଙ୍କୁ ରଖାଯିବ । ଏଥିରେ ୨ଟି ମାଈ ଓ ୨ଟି ଅଣ୍ଡିରା ବାଘ ରହିବେ । ସେହିପରି ଦୁଇ ପ୍ରଜାତି କୁମ୍ଭୀର, ଘଡ଼ିଆଳ ଓ ମଗର ପାଇଁ ଦୁଇଟି ଭିନ୍ନ ଏନ୍କ୍ଲୋଜର ନିର୍ମାଣ କରାଯିବ । ବାଘଙ୍କ ପାଇଁ ୧୫୦୦ ବର୍ଗମିଟରର ଏନକ୍ଲୋଜର ନିର୍ମାଣ ହେବ ।
ଅଧିକ ପଢ଼ନ୍ତୁ : ଆରମ୍ଭ ହେଲା ବାଘ ଗଣନା; ଫୋକସ୍ରେ ଶିମିଳିପାଳ
ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ସମ୍ବଲପୁରକୁ ବାଘ ଆଣିବାକୁ ଅନୁମତି ଦେଇଛି । ହାଇଦ୍ରାବାଦ ସ୍ଥିତ ଏକ ଚିଡ଼ିଆଖାନା ମହାବଳ ବାଘ ଦେବାକୁ ସମ୍ବଲପୁର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଅଫର ଦେଇଛି । ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନରୁ ଘଡ଼ିଆଳ ଓ ମଗର ଆଣିବାକୁ ମଧ୍ୟ ପ୍ରସ୍ତାବ ଥିବା ଜଣାପଡ଼ିଛି । ଏବେ ସମ୍ବଲପୁର ଚିଡିଆଖାନାରେ ୧୭ଟି ପ୍ରଜାତିର ବନ୍ୟପ୍ରାଣୀ ରହିଥିବା ବେଳେ ମୋଟ ୪୮ଟି ପ୍ରଜାତିର ବନ୍ୟପ୍ରାଣୀ ରଖିବାକୁ ଅନୁମତି ମିଳିଛି ।
୧୯୮୫ରେ ସମ୍ବଲପୁରରେ ସ୍ଥାପିତ ଡିଅର ପାର୍କ ୨୦୨୩ ମସିହାରେ ଚିଡିଆଖାନାର ମାନ୍ୟତା ପାଇଛି । ଆଗକୁ ପର୍ଯ୍ୟଟନ କ୍ଷେତ୍ରରେ ଏହାକୁ ଦୁଇପାଦ ଆଗକୁ ନେବାକୁ ପ୍ରୟାସ କରୁଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/24/tiger-enclosure-2025-11-24-21-25-30.jpg)