କନକ ବ୍ୟୁରୋ: ଆରମ୍ଭ ହୋଇଛି ରଣଜୀର ଦ୍ବିତୀୟ ପର୍ୟ୍ୟାୟ । ଏଥିରେ ଓଡିଶା ପ୍ରଥମେ ମେଘାଳୟକୁ ଭେଟିଥିଲା । ଏହି ମ୍ୟାଚରେ ଓଡିଶା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ ଓଡିଶାର ରଣନୀତି ଆଗରେ ଫେଲ ମାରିଥିଲା ମେଘାଳୟ ଦଳ । ଓଡିଶା ପକ୍ଷରୁ ତାପସ ଦାସଙ୍କ ଧୂଆଁଧାର ବୋଲିଂରେ ଧରାଶାୟୀ ହୋଇଥିଲା ମେଘାଳୟ ଦଳ । ମେଘାଳୟ ମାତ୍ର ୬୪ ଓଭର ଖେଳି ୧୯୮ ରନରେ ଅଲଆଉଟ ହୋଇଥିଲା । ଆଉ ତାପସ ଦାସ ପ୍ରଥମ ଇଂନିସରେ ୬ ଓ୍ବିକେଟ ନିଜ ନାଁରେ କରିଥିଲେ । ତାପସଙ୍କର ଏହା ରଣଜୀରେ ଡେବ୍ୟୁ ମ୍ୟାଚ ରହିଥିଲା ।
ସେହିପରି ଓଡିଶା ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ଦଳ ପ୍ରଥମ ଇଂନିସରେ ରନର ପାହାଡ ଛିଡା କରିଛି । ୧୦୮ ଓଭରରେ ଓଡିଶା ୭ ଓ୍ବିକେଟ ହରାଇ ୫୨୩ ରନ ରହିଛି । ଓଡିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୧୨୧, ସ୍ବସ୍ତିକ ସାମଲ ୮୦, ସନ୍ଦିପ ପଟ୍ଟନାୟକ ୭୮, କାର୍ତ୍ତିକ ବିଶ୍ବାଳ ୬୮ ଆଉ ରାଜେଶ ଧୂପର ଧୂଆଁଧାର ୮୦ ରନ କରିଥିଲେ । ଓଡିଶା ଏବେ ୩୨୫ ରନରେ ଆଗୁଆ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/01/24/5WZQfDx0yx521k6Cx6M0.jpg)