କନକ ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ୍ ମାସରେ ଜାପାନରେ ଏସିଆ ଓସେନିଆ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି । ଉଭୟ ଦଳରେ ଓଡ଼ିଶାର ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି । ପୁରୁଷ ଦଳରେ ଆକାଶ ପଡ଼ିଆମି ଓ ମହିଳା ଦଳରେ ପଦ୍ମିନୀ ଟୁଡ଼ୁ ରହିଛନ୍ତି । କୋଚିରେ ପୁରୁଷ ଓ ଦିଲ୍ଲୀରେ ମହିଳା ଦୃଷ୍ଟିବାଧିତ ଖେଳାଳିଙ୍କ ଚୟନ ଶିବିର ଅନୁଷ୍ଠିତ ହୋଇଥିଲେ । ଏଥିରେ ଉଭୟ ଭଲ କରି ଜାତୀୟ ଦଳରେ ସାମିଲ ହୋଇଛନ୍ତି । ଏହି ସଫଳତା ଲାଗି ପଦ୍ମିନୀ ଓ ଆକାଶଙ୍କୁ ବୁଲ୍ସଆଇର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଏବଂ ଓଡ଼ିଶା ଫୁଟ୍ବଲ୍ ଦଳର କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇବା ସହ ଶୁଭମନାସିଛନ୍ତି ।
ଏହା ବି ପଢ଼ନ୍ତୁ: ଏଏଫ୍ସି ମହିଳା ଏସୀୟ କପ୍ ଦଳରେ ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି
Follow Us