ଜାତୀୟ ଦୁଃସାହସିକ ମହୋତ୍ସବରେ ‘ଆସା’ ସଫଳ

Advertisment

‘ଆସା’ର ୭ଜଣିଆ ଦଳ ଚଣ୍ଡିଗଡ଼ଠାରେ ଚଳିତ ମାସ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ଦୁଃସାହସିକ ମହୋତ୍ସବରେ ସଫଳତାର ସହ ଅଂଶଗ୍ରହଣ କରି ଓଡ଼ିଶା ଫେରିଛି। ଏହି ଅବସରରେ ଦଳର ସଦସ୍ୟମାନେ ସୋଲାଙ୍ଗ ଭ୍ୟାଲିରେ ଆୟୋଜିତ ସ୍କି ଏବଂ ଟ୍ରେକିଂ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।  

aasa

କନକ ବ୍ୟୁରୋ: ଦୁଃସାହସିକ କ୍ରୀଡ଼ା ସହ ପର୍ବତାରୋହଣର ପ୍ରଚାରପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ସଂଗଠନ ‘ଆସା’ର ୭ଜଣିଆ ଦଳ ଚଣ୍ଡିଗଡ଼ଠାରେ ଚଳିତ ମାସ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ଦୁଃସାହସିକ ମହୋତ୍ସବରେ ସଫଳତାର ସହ ଅଂଶଗ୍ରହଣ କରି ଓଡ଼ିଶା ଫେରିଛି । ଏହି ଅବସରରେ ଦଳର ସଦସ୍ୟମାନେ ସୋଲାଙ୍ଗ ଭ୍ୟାଲିରେ ଆୟୋଜିତ ସ୍କି ଏବଂ ଟ୍ରେକିଂ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।  ଟି. ମମତା ଶ୍ରେଷ୍ଠ ପ୍ରଦର୍ଶନକାରୀ ଏବଂ ଶିବଦତ୍ତ ବକ୍ସି ଶ୍ରେଷ୍ଠ ଅଧିନାୟକ ବିବେଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନିଲ ସେନାପତି, ପ୍ରଶାନ୍ତ ଭଞ୍ଜ, କିଶୋର ରାଉତ, ବାଲକୃଷ୍ଣ ଆର ପ୍ରମୁଖ ନୂତନ ଅଭିଜ୍ଞତା ଆହରଣ କରିଥିଲେ । ସଭାପତି ଲେପ୍ଟନାଣ୍ଟ କର୍ଣ୍ଣେଲ ଏନ. ମହାନ୍ତି, ଉପସଭାପତି ଅଶୋକ କୁମାର ମହାନ୍ତି, ଏଭରେଷ୍ଟର୍‌ ଗ‌ଣେଶ ଜେନା, ସଂପାଦକ ଶକ୍ତି ମହାନ୍ତି, ଉପସଭାପତି ବିକ୍ରମ ଦାସ, କୋଷାଧ୍ୟକ୍ଷ କ୍ଷିରୋଦ ଷଣ୍ଢ ପ୍ରମୁଖ ‘ଆସା’ ଦଳର ଏହି ସଫଳତା ଲାଗି ଶୁଭକାମନା ଜ୍ଞାପନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe