ଏଥର ଅନ୍‌ଲାଇନ୍‌ରେ ମିଳିବ ଆମ୍ବୁଲାନ୍ସ ସେବା, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍‌ ସହ ଯୋଡ଼ାଯିବ । ଆମ୍ବୁଲାନ୍ସ ସେବା ରେଟ୍‌ ସରକାର ନିର୍ଦ୍ଧାରଣ କରିବେ ।

on ambu

କନକ ବ୍ୟୁରୋ: ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍‌ରେ ବୁକ୍ ହେବ ଆମ୍ବୁଲାନ୍ସ । ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ । ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ ।

ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍‌ ସହ ଯୋଡ଼ାଯିବ । ଆମ୍ବୁଲାନ୍ସ ସେବା ରେଟ୍‌ ସରକାର ନିର୍ଦ୍ଧାରଣ କରିବେ । ଏହାଦ୍ୱାରା ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ବି ପାଇବେ ସାଧାରଣ ଲୋକେ । ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe