କନକ ବ୍ୟୁରୋ: ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍ରେ ବୁକ୍ ହେବ ଆମ୍ବୁଲାନ୍ସ । ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍ଲାଇନ୍ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ । ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ ।
ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍ ସହ ଯୋଡ଼ାଯିବ । ଆମ୍ବୁଲାନ୍ସ ସେବା ରେଟ୍ ସରକାର ନିର୍ଦ୍ଧାରଣ କରିବେ । ଏହାଦ୍ୱାରା ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ବି ପାଇବେ ସାଧାରଣ ଲୋକେ । ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/17/ebo3eefh4HTeHzhP05Sj.jpg)