ଜାତୀୟ ଉପକନିଷ୍ଠ ରଗ୍‌ବି: ଓଡ଼ିଶାର ବିଜୟ ଜାରି

Advertisment

ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି । ପୁଲ୍‌-ଡି’ରେ ସ୍ଥାନ ପାଇଥିବା ଏହି ଆୟୋଜକ ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଏକତରଫା ଭାବେ ଉତ୍ତରପ୍ରଦେଶକୁ ୩୫-୦ରେ ଏବଂ ରାଜସ୍ଥାନକୁ ୨୮-୦ ହରାଇଛି ।

ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି । ପୁଲ୍‌-ଡି’ରେ ସ୍ଥାନ ପାଇଥିବା ଏହି ଆୟୋଜକ ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଏକତରଫା ଭାବେ ଉତ୍ତରପ୍ରଦେଶକୁ ୩୫-୦ରେ ଏବଂ ରାଜସ୍ଥାନକୁ ୨୮-୦ ହରାଇଛି ।

Odisha Rugby Team

କନକ ବ୍ୟୁରୋ: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଶନିବାର ଦଶମ ଉପକନିଷ୍ଠ ରଗ୍‌ବି ସେଭେନ୍ସ ବାଳିକା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି । ପୁଲ୍‌-ଡି’ରେ ସ୍ଥାନ ପାଇଥିବା ଏହି ଆୟୋଜକ ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଏକତରଫା ଭାବେ ଉତ୍ତରପ୍ରଦେଶକୁ ୩୫-୦ରେ ଏବଂ ରାଜସ୍ଥାନକୁ ୨୮-୦ ହରାଇଛି । ସେହିପରି ଗତବର୍ଷର ବିଜେତା ମହାରାଷ୍ଟ୍ର ଓ ଉପବିଜେତା ବିହାର ନିଜ ନିଜ ଗ୍ରୁପ୍‌ରେ ବିଜୟ ଧାରା ଜାରି ରଖିଛନ୍ତି । ମହାରାଷ୍ଟ୍ର ୩୩-୦ରେ ଆସାମକୁ, ୪୦-୦ରେ ଜମ୍ମୁ କାଶ୍ମୀରକୁ ଏବଂ ବିହାର ୬୭-୦ ଝାଡ଼ଖଣ୍ଡକୁ, ୬୪-୦ ମଣିପୁରକୁ ହରାଇଛି । 

ଏହା ବି ପଢ଼ନ୍ତୁ : ଟ୍ବେଣ୍ଟି-୨୦ କ୍ରିକେଟରେ ନୂଆ ପ୍ରୟୋଗ : ଡେଜିଗନେଟେଡ୍ ବ୍ୟାଟର ଓ ଡେଜିଗନେଟେଡ୍ ଫିଲ୍ଡର

ଉଦଘାଟନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଭାରତୀୟ ରଗ୍‌ବି ଦଳର ଉପଅଧିନାୟିକା ତଥା ଓଡ଼ିଶାର ତାରକା ଖେଳାଳି ଡୁମୁନି ମାର୍ଣ୍ଡି ଟ୍ରଫିକୁ ପଡ଼ିଆକୁ ନେଇ ସ୍ଥାପନା କରିବା ପରେ ସମସ୍ତ ୨୪ ଦଳର ଅଧିନାୟିକାମାନେ ଜଣକ ପରେ ଜଣେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ । ନିୟମ ଅନୁଯାୟୀ, ଆୟୋଜକ ଦଳ ଓଡ଼ିଶା ଅଧିନାୟିକା ସବାଶେଷରେ ପଡ଼ିଆ ଭିତରକୁ ଯାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜଙ୍କୁ ଭାରତୀୟ ରଗ୍‌ବି ଫୁଟବଲ୍ ୟୁନିୟନ (ଆଇଆର୍‌ଏଫ୍‌ୟୁ)ର ସମ୍ପାଦକ ଜେରାଲ୍‌ଡ ପ୍ରଭୁ ସମ୍ବର୍ଦ୍ଧିତ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଓ ବିଜୟ କୁମାର ସ୍ବାଇଁଙ୍କ ସମେତ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘର ଉପସଭାପତି ଉପେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe