ମାର୍ଚ୍ଚରୁ ମେ ଯାଏଁ ଜଳିବ ସାରା ଓଡ଼ିଶା । ତାତି ଭାଙ୍ଗିବ ପୂର୍ବ ରେକର୍ଡ, ଅଂଶୁଘାତ ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁନ୍ଦରଗଡ଼ରେ ମଧ୍ୟ ଅନୁଭୂତ ହେଲାଣି ଗ୍ରୀଷ୍ମପ୍ରବାହ। ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରବଳ ତାତିରେ ହନ୍ତସନ୍ତ ହେଉଛନ୍ତି ସୁନ୍ଦରଗଡ଼ବାସୀ। ହାତରେ ଛତା, ମୁହଁରେ କପଡ଼ା ନବାନ୍ଧିଲେ, ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

úþZúþZòòZþò

କନକ ବ୍ୟୁରୋ : କିଛି ଦିନର ଆଶ୍ବସ୍ତି ପରେ ଫେରିଲା ତାତି। ଉପକୂଳରୁ ଉପାନ୍ତ, ସବୁଠି ତାତିର ତାଉ। ବର୍ତ୍ତମାନର ସ୍ଥିତି ଯାହା, ସେଥିରୁ ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ତାତିର ସବୁ ରେକର୍ଡ ଭାଙ୍ଗିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ହିଟୱେଭ୍ ନେଇ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୪ ଦିନ ଅର୍ଥାତ୍ ୧୩, ୧୪, ୧୫ ଓ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି ହୋଇଛି। 
୧୩ରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ 
୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ 
୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ 
୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ 
୪-୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକଠାରୁ ଅଧିକ ରହିବ ଦିନ ତାପମାତ୍ରା
ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି

ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁନ୍ଦରଗଡ଼ରେ ମଧ୍ୟ ଅନୁଭୂତ ହେଲାଣି ଗ୍ରୀଷ୍ମପ୍ରବାହ। ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରବଳ ତାତିରେ ହନ୍ତସନ୍ତ ହେଉଛନ୍ତି ସୁନ୍ଦରଗଡ଼ବାସୀ। ହାତରେ ଛତା, ମୁହଁରେ କପଡ଼ା ନବାନ୍ଧିଲେ, ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ସମ୍ଭାବ୍ୟ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। 

ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ୯ ଜିଲ୍ଲାରେ ତାପମାତ୍ର ୩୭ ଡିଗ୍ରୀ ଉପରେ ରହିଛି। ତେଣୁ ଆଗାମୀ ଦିନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe