ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବନି ଓଡ଼ିଶା । ଯୋଗାଣ ମନ୍ତ୍ରୀ କହିଲେ, ପଶ୍ଚିମବଙ୍ଗ ଆଳୁ ଦରକାର ନାହିଁ ଉତ୍ତରପ୍ରଦେଶରୁ ଆସିବ..

Advertisment

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବନି ଓଡ଼ିଶା । ଯୋଗାଣ ମନ୍ତ୍ରୀ କହିଲେ, ପଶ୍ଚିମବଙ୍ଗ ଆଳୁ ଦରକାର ନାହିଁ ଉତ୍ତରପ୍ରଦେଶରୁ ଆସିବ । ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି ।

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବନି ଓଡ଼ିଶା । ଯୋଗାଣ ମନ୍ତ୍ରୀ କହିଲେ, ପଶ୍ଚିମବଙ୍ଗ ଆଳୁ ଦରକାର ନାହିଁ ଉତ୍ତରପ୍ରଦେଶରୁ ଆସିବ । ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି ।

POTATO 33

କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ। ଓଡ଼ିଶା ପଶ୍ଚିମବଙ୍ଗରୁ ଆଉ ଆଳୁ ମାଗିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର। ମନ୍ତ୍ରୀ କହିଛନ୍ତି, ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ ପରିମାଣର ଆଳୁ ରହିଛି। ଉତ୍ତରପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି, ଭଡ଼ା ୪ ଟଙ୍କା ପଡ଼ୁଛି ।

କେଉଁଠି ଚଢା ଦରରେ ବିକ୍ରି ହେଲେ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା କରାଯାଉଛି । ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ମାଛ ଯାଉଛି। ଆମେ ଚାହିଁଲେ ଦୁଇ ମିନିଟ୍‌ରେ ବନ୍ଦ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe