କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ। ଓଡ଼ିଶା ପଶ୍ଚିମବଙ୍ଗରୁ ଆଉ ଆଳୁ ମାଗିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର। ମନ୍ତ୍ରୀ କହିଛନ୍ତି, ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ ପରିମାଣର ଆଳୁ ରହିଛି। ଉତ୍ତରପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି, ଭଡ଼ା ୪ ଟଙ୍କା ପଡ଼ୁଛି ।
କେଉଁଠି ଚଢା ଦରରେ ବିକ୍ରି ହେଲେ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା କରାଯାଉଛି । ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ମାଛ ଯାଉଛି। ଆମେ ଚାହିଁଲେ ଦୁଇ ମିନିଟ୍ରେ ବନ୍ଦ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/4ni2NSsMHIxzATucwL3a.jpg)