କନକ ବ୍ୟୁରୋ: ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡିଶା । ସମ୍ବଲପୁର ଜିଲ୍ଲାର ବସନ୍ତପୁରରେ ହେବ ୧୦୦ କୋଟି ଟଙ୍କାର ଆକ୍ୱା ପାର୍କ । ତା ସହ ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ । ଆଜି ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଏହି ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏନେଇ ଫାଇଲ ପଠେଇଛି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ । ସାରା ଦେଶରେ ମାଛ ଉତ୍ପାଦନରେ ଓଡିଶା ୪ ନମ୍ବରରେ ଥିବା ବେଳେ ରପ୍ତାନି ମଧ୍ୟ ବଢିଛି। ଏବେ ରାଜ୍ୟ ମଧୁର ମାଛ ଉପରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନୀ ପାଇଁ ଟାର୍ଗେଟ ରଖାଯାଇଛି । ଆଜି ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଥିବା ବେଳେ ବିଭାଗ ପକ୍ଷରୁ ସଫଳ ମାଛ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। 

Advertisment