କନକ ବ୍ୟୁରୋ : ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରାଯାଉଛି । ଏ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗାମୀ ଦିନରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରନ୍ତି ସରକାର ସେମାନଙ୍କ ଉପରେ ନଜର ରଖିଛନ୍ତି ।
ଗଞ୍ଜେଇ ଚାଷ କରୁଥିବା ଜନଜାତିଙ୍କୁ ଏହାର ବିକଳ୍ପ ଜୀବିକା କ’ଣ ହୋଇପାରିବ ତା’ ଉପରେ ଆଲୋଚନା କରି ସରକାର ସୁଯୋଗ ଦେବେ । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ଲୋକଙ୍କୁ ସଚେତନ କରାଯିବ । ପୁଲିସ ବିଭାଗ ସହ ମିଶି ଏ ବିଷୟରେ ଆଲୋଚନା କରାଯାଉଛି । ସେମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/26/law-minister-2025-06-26-11-36-26.jpg)