ପ୍ରବାସୀ ଭାରତୀୟଙ୍କୁ ରେଡ କାର୍ପେଟ୍ ପକାଇ ସ୍ୱାଗତ କଲା ଓଡିଶା । ୪ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ପ୍ରଥମ ଦିନରେ ୩ ଗୁରୁତ୍ୱପୂର୍ଣ୍ଣ ବୈଠକ

Advertisment

ପ୍ରବାସୀ ଭାରତୀୟ ସମ୍ମିଳନୀରେ ୬୦ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ବିଦେଶରେ ଓଡିଶା ବିକାଶର ରୋଡମ୍ୟାପ ପ୍ରସ୍ତୁତି ପାଇଁ ପ୍ରବାସୀ ଓଡିଆ ବି ଆସିଛନ୍ତି । ମନରେ ଅନେକ ଉତ୍ସୁକତା ରହିଛି। ବହୁ ପ୍ରବାସୀ ଓଡିଆ ନିଜ ମାଟିକୁ ଆସିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି। ଯୁବ ପ୍ରବାସୀ ସମ୍ମିଳନୀ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀମାନଙ୍କ ସହିତ ଆଲୋଚନା ହୋଇଛି। ବିଶେଷକରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ  ମତ ବିନିମୟ କରିଛନ୍ତି ପ୍ରବାସୀ। 

New Project (14)ZZc

New Project (14)ZZc Photograph: (New Project (14)ZZc)

କନକ ବ୍ୟୁରୋ : ଯୁବ ପ୍ରବାସୀ ସମ୍ମିଳନୀରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ ଏହାର ଉଦଘାଟନ କରି ଦେଶର ଯୁବଶକ୍ତି ବିଷୟରେ ପ୍ରବାସୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ପ୍ରବାସୀଙ୍କୁ ଆମନ୍ତ୍ରଣ କରିଛନ୍ତି ମୋହନ ମାଝୀ । ପ୍ରସ୍ତୁତ ହୋଇଛି ବିକଶିତ ଓଡିଶାର ରୋଡମ୍ୟାପ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି। ତେଣୁ ପୁଞ୍ଜିନିବେଶ, ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାଂସ୍କୃତିକ ବିନିମୟରେ ଯୋଡ଼ି ହୁଅନ୍ତୁ ପ୍ରବାସୀ।  ଯୁବ ପ୍ରବାସୀ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସାମିଲ ହୋଇ ନିଜର ମତ ରଖିଥିଲେ ।

ପ୍ରବାସୀ ଭାରତୀୟ ସମ୍ମିଳନୀରେ ୬୦ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ବିଦେଶରେ ଓଡିଶା ବିକାଶର ରୋଡମ୍ୟାପ ପ୍ରସ୍ତୁତି ପାଇଁ ପ୍ରବାସୀ ଓଡିଆ ବି ଆସିଛନ୍ତି । ମନରେ ଅନେକ ଉତ୍ସୁକତା ରହିଛି। ବହୁ ପ୍ରବାସୀ ଓଡିଆ ନିଜ ମାଟିକୁ ଆସିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି। ଯୁବ ପ୍ରବାସୀ ସମ୍ମିଳନୀ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀମାନଙ୍କ ସହିତ ଆଲୋଚନା ହୋଇଛି। ବିଶେଷକରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ  ମତ ବିନିମୟ କରିଛନ୍ତି ପ୍ରବାସୀ। 

ଅପରାହ୍ନରେ ତୃତୀୟ ସେସନରେ ବିକଶିତ ଓଡିଶା ନେଇ ଇନଭେଷ୍ଟରଙ୍କ ସହ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଧନ ସିଂହଦେଓ । ପ୍ରବାସୀ ଭାରତୀୟଙ୍କ ଆତିଥେୟତାରେ ଯେଭଳି କୌଣସି ତ୍ରୁଟି ନ ହୁଏ, ତା ଉପରେ ପୁରା ନଜର ରଖିଛନ୍ତି । ଗୁରବାରଦିନ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe