କନକ ବ୍ୟୁରୋ : ୨୦୨୪ରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୧୮୧ ସରକାରୀ ବାବୁ । ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ । ଭିଜିଲାନ୍ସ ଜାଲରେ ପଡିଥିବା ୧୮୧ ସରକାରୀ ବାବୁଙ୍କ ମଧ୍ୟରୁ ୫୦ ଜଣ କ୍ଲାସ୍ ୱାନ୍ ଅଫିସର ରହିଛନ୍ତି । ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୋଲିସ, ୫ଡାକ୍ତର, ୩ବନ ଅଧିକାରୀ ଜାଳରେ ପଡିଛନ୍ତି ।
୬୦ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମିଳିଛି ୧୩୧ କୋଟିର ସମ୍ପତ୍ତି । ୬୦ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ୩୮ ଜଣଙ୍କ ପତ୍ନୀ ସହଅଭିଯୁକ୍ତ ରହିଛନ୍ତି । ୧୦୫ ଦୋଷୀ ସାବ୍ୟସ୍ତ, ଦଣ୍ଡବିଧାନ ହାର ୫୦ ପ୍ରତିଶତ ରହିଛି । ଦୋଷୀ ସାବ୍ୟସ୍ତ ୨୫ ସରକାରୀ ବାବୁ ଚାକିରିରୁ ବରଖାସ୍ତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/31/onJkTWp614HA38CBO5GJ.jpg)