କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଯୋଜନା ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ ୨ମହଲା ବିଶିଷ୍ଟ ଘର, ଭୁବନେଶ୍ବର ଗୋଠପାଟଣା ଥିବା ୩ ମହଲା ବିଶିଷ୍ଟ କୋଠା, ୟୁନିଟ ୨ ରେ ଥିବା ସରକାରୀ କ୍ୱାଟର୍ସ, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟଙ୍କ ଘର, ଅଫିସ୍ ଚାମ୍ବର  ଚାଲିଛି ରେ ଡ। ରେଡରେ ୮ ଜଣ ଡିଏସପି, ୩ ଇନସ୍ପେକ୍ଟର , ୧୦ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।