ଓଡ଼ିଶାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍,କଟକର ପରାକ୍ରମ ଦିବସରେ ହେବେ ସାମିଲ

Advertisment

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ନିର୍ଦ୍ଧାରିତ ସମୟଠାରୁ ୨୫ ମିନିଟ୍ ପୂର୍ବରୁ ପହଞ୍ଚିଲେ ଉପରାଷ୍ଟ୍ରପତି।   ଭୁବନେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର କଟକରେ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ହେବେ ସାମିଲ ।

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ନିର୍ଦ୍ଧାରିତ ସମୟଠାରୁ ୨୫ ମିନିଟ୍ ପୂର୍ବରୁ ପହଞ୍ଚିଲେ ଉପରାଷ୍ଟ୍ରପତି।   ଭୁବନେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର କଟକରେ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ହେବେ ସାମିଲ ।

vice-President-654x375

Photograph: (kanak news)

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ନିର୍ଦ୍ଧାରିତ ସମୟଠାରୁ ୨୫ ମିନିଟ୍ ପୂର୍ବରୁ ପହଞ୍ଚିଲେ ଉପରାଷ୍ଟ୍ରପତି ।   ଭୁବନେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର କଟକରେ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ହେବେ ସାମିଲ । ଆଜି ଦେଶ ପାଳୁଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି  ଉପରାଷ୍ଟ୍ରପତି  ।

ଏହାପରେ ସେଠାରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଯିବାର କାର୍ୟ୍ୟକ୍ରମ ରହିଛି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଯୋଗଦେବେ । ସେଠାରୁ କାର୍ୟ୍ୟକ୍ରମ ସାରି ଉପରାଷ୍ଟ୍ରପତି ବିମାନ ବନ୍ଦର ଫେରିବେ । ସେଠାରୁ କୋଲକାତା ଅଭିମୁଖେ ଯିବେ ।

ଆହୁରି ପଢନ୍ତୁ ;ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ୫ ଜିନିଷ : କୃପା କରିବେ ମା’ ବୀଣାପାଣି,ରହିବନି ଧନର ଅଭାବ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ। ଆଜି ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯିବ । ୧୮୯୭ ମସିହାରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ରେଭେନ୍ସାରେ ସ୍କୁଲ ଶିକ୍ଷା ଶେଷ କରିଥିଲ ସୁଭାଷ ବୋଷ। ଏହାପରେ କୋଲକାତାର ପ୍ରେସିଡେନସି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସ୍ୱାଧିନତା ସଂଗ୍ରାମର ଏହି ମହାନ ବୀର ୧୯୪୩ ଅକ୍ଟୋବର ୨୧ରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ।  ତାଙ୍କର ବୀରତ୍ୱ ଓ ଦେଶପ୍ରେମ ଅନବଦ୍ୟ, ଅବିସ୍ମରଣୀୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe