କନକବ୍ୟୁରୋ : ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହା ରାଜ୍ୟରେ ଲାଗୁ ହୋଇଛି । ଫଳରେ ଏବେ ବିଶ୍ୱବିଦ୍ୟାଳୟକୁ ମିଳିବ ଅଧିକ ସ୍ୱାୟତ୍ତତା । ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏହାସହ ଏବେ ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ । କୁଳପତି ଓ ଅଧ୍ୟାପକ ଚୟନରେ ସରକାରୀ ହସ୍ତକ୍ଷେପ କମିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ନୂଆ ସୂର୍ଯ୍ୟୋଦୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଏପ୍ରିଲ ୨ରେ ବିଧାନସଭାରେ ଏସମ୍ପର୍କିତ ବିଲ୍ ପାରିତ ହୋଇଥିଲା
ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪ : ବିଶ୍ୱବିଦ୍ୟାଳୟକୁ ମିଳିବ ଅଧିକ ସ୍ୱାୟତ୍ତତା
ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହା ରାଜ୍ୟରେ ଲାଗୁ ହୋଇଛି
/kanak/media/media_files/2025/04/13/UYvzzCtgAXZzVHJ0D97k.jpg)