କନକ ବ୍ୟୁରୋ: ରାଜକୋଟର ସାନସରା କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୩୫ ରନ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୯ ୱିକେଟ୍ ହରାଇ ୨୫୭ ରନ୍ କରିିଥିଲା। ଓଡ଼ିଶା ପକ୍ଷରୁ ସରିତା ମେହେର ୧୧ଟି ଚୌକା ସହାୟତାରେ ୧୦୦ ବଲ୍ରୁ ୮୪ ରନ୍ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ୫ଟି ଚୌକା ସହାୟତାରେ ୫୭ ରନ୍ କରିଥିଲେ। ମାଧୁରୀ ମେହେଟା ୪୫ ଓ ସଙ୍ଗୀତା ଖଡ଼ିଆ ୨୭ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ଆୟୁଷୀ ଶୁକ୍ଲା ଓ ସଂସ୍କୃତି ଗୁପ୍ତା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ମଧ୍ୟପ୍ରଦେଶ ୪୭.୩ ଓଭରରେ ସମସ୍ତ ୱିକେଟ ହରାଇ ୨୨୨ ରନ୍ କରିପାରିଥିଲା। ମଧ୍ୟପ୍ରଦେଶ ପକ୍ଷରୁ ଅନନ୍ୟା ଦୁବେ ୮୫ ଓ ଆୟୁଷୀ ଶୁକ୍ଲା ୬୦ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ଏସ୍.ବି. ଲେରେନ୍ସ ୪ଟି ଲେଖାଏଁ ୱିକେଟ୍ ନେଇ ମଧ୍ୟପ୍ରଦେଶ ବ୍ୟାଟିଂ ବିପର୍ଯ୍ୟୟର କାରଣ ସାଜିଥିଲେ। ଓଡ଼ିଶାର ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ: ସିକେ ନାଇଡୁ: ଆୟୁଷଙ୍କ ଶତକ, ବେଙ୍ଗଲ ୩୦୧/୭
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/06/06ktk_23_06022026_3111-2026-02-06-23-36-08.jpg)