କନକ ବ୍ୟୁରୋ: ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ୫୬ଟି ନୂଆ କୋର୍ଟ ଖୋଲିବ । ଏହାସହ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ । ମୋଟ ୧୩ଟି ଜିଲ୍ଲାରେ ସ୍ଥାପନ ହେବ ନୂଆ ସିଭିଲ କୋର୍ଟ । ୨୦୨୨ରେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୭୦୦ କୋର୍ଟ ରହିଛି । ଏଥିରେ ସିଭିଲ୍ ଓ କ୍ରିମିନାଲ କୋର୍ଟ ମଧ୍ୟ ସାମିଲ ରହିଛି । ଏହାସତ୍ତ୍ୱେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଥିଲା । ଏଥିରେ ୧୨ ଲକ୍ଷରୁ ଅଧିକ କେବଳ ଆପରାଧିକ ମାମଲା ରହିଥିଲା । କେବଳ ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୯ ହଜାର ମାମଲା ବିଚାରାଧୀନ ରହିଛି ।
ରାଜ୍ୟରେ ଖୋଲିବ ଆଉ ୫୬ଟି ନୂଆ କୋର୍ଟ, ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ
ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଖୋଲିବ । ସିଭିଲ୍ ଜଜ୍ ପଦବି ସମେତ ୮୪୦ ନୂଆ ନିଯୁକ୍ତଚି ସୃଷ୍ଟି ।
/kanak/media/media_files/2025/07/23/32-new-court-2025-07-23-11-42-06.jpg)