କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ୧୩୯ଟି ନୂଆ ସବ୍-ରେଜିଷ୍ଟ୍ରାର୍ ଅଫିସ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ଜମି କିଣାବିକାରେ ଅଧିକ ସୁବିଧା ହେବ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚଳିତ ଆର୍ଥିକ ବର୍ଷରୁ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଡେଜିଗନେଟେଡ୍ ସବ୍-ରେଜିଷ୍ଟ୍ରାର କ୍ଷମତା ଦିଆଯିବ ବୋଲି ସେ କହିଛନ୍ତି ।
ଏଥିସହ ସୂଚନା ଦେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧ହଜାର ନୂଆ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବ୍ୟବସ୍ଥା କରୁଛନ୍ତି । ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ୩ଟି ରାଜସ୍ୱ ଗ୍ରାମ ଊରଜଙ୍ଗ, ପାଟଷୁରା ଓ ବ୍ରଜରାଜପାଟଣା ବାସିନ୍ଦାଙ୍କୁ ୨ହଜାର ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିସହ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ୪ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ଶିଳାନ୍ୟାସ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/17/sub-registrar-office-2025-10-17-17-24-45.jpg)