କନକ ବ୍ୟୁରୋ : ମନ୍ତ୍ରୀସ୍ତରୀୟ କମିଟି କରିବ ଆନ୍ତ-ରାଜ୍ୟ ବିବାଦର ସମାଧାନ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ କମିଟି କେତେ ଦୂର ପୋଲାଭରମ, ମହାନଦୀ ଓ କୋଟିଆ ଭଳି ବଡ଼ ବିବାଦର ସମାଧାନ କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଏଭଳି କମିଟି ବସିଥିଲେ ବି କୌଣସି ନିଷ୍ପତ୍ତି ବାହାରି ନାହିଁ ।

Advertisment

ଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀସ୍ତରୀୟ କମିଟି କରିବ ଆନ୍ତଃରାଜ୍ୟ ବିବାଦର ସମାଧାନ । ରାଜ୍ୟରେ ମାଳ ମାଳ ଆନ୍ତଃରାଜ୍ୟ ପ୍ରସଙ୍ଗ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏଭଳି ଆନ୍ତଃରାଜ୍ୟ ବିବାଦକୁ ଗୁରୁତର ସହ ନେଇ ଆଲୋଚନା କରିଛନ୍ତି ଏବଂ ପ୍ରମୁଖ ଚାରିଟି ବିବାଦର ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି ।

ପଡୋଶୀ ରାଜ୍ୟ ସହ ଓଡିଶାର ଲାଗି ରହିଥିବା ବିବାଦର ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଆଲୋଚନା କରିବେ । ଆଲୋଚନାରୁ ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରିବେ । କିନ୍ତୁ ଏହି ନିଷ୍ପତ୍ତିକୁ ମାନିବ କିଏ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କମିଟିର ଅଛି କି ସାମ୍ୱିଧାନିକ କ୍ଷମତା ? ନିଷ୍ପତ୍ତିକୁ ପଡୋଶୀ ରାଜ୍ୟ ମାନିବେ କାହିଁକି ?

ପୋଲାଭରମ, ମହାନଦୀ, କୋଟିଆ ଭଳି ପ୍ରସଙ୍ଗରେ ଆନ୍ଧ୍ର ଓ ଛତିଶଗଡ ସହ ଓଡିଶାର ବିବାଦ ପୁରୁଣା । ଛତିଶଗଡ ବିଜେପି ସରକାର ଥିବାବେଳେ ଆନ୍ଧ୍ରରେ ବିଜେପି ସମର୍ଥିତ ଏନଡିଏ ସରକାର ଅଛି । ପୂର୍ବରୁ ଏଭଳି ଅନେକ କମିଟି ଗଠନ ହୋଇଛି । କିନ୍ତୁ କିଛି ନିଷ୍କର୍ସ ବାହାରିନାହିଁ । ଏବେ ମନ୍ତ୍ରୀସ୍ତରୀୟ କମଟି କି ନିଷ୍ପତ୍ତି ନେବ ? ପଡୋଶୀ ରାଜ୍ୟ କେତେ ମାନିବେ ଓ କାହିଁକି ମାନିବେ ? ଏହି କମିଟି ସବୁ ପକ୍ଷକୁ ବିଶ୍ୱାସକୁ ନେବ କି ? ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୂର୍ବରୁ ଏଭଳି ଅନେକ କମିଟି ଗଠନ ହୋଇଛି । କିନ୍ତୁ କିଛି ନିଷ୍କର୍ସ ବାହାରିନାହିଁ ।

ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରିର ଅନେକ ଅଞ୍ଚଳ ବୁଡିବାକୁ ଯାଉଛି । ଉପରମୁଣ୍ଡରେ କଲମା ବ୍ୟାରେଜ ପାଇଁ ଓଡିଶାରେ ମହାନଦୀ ଶୁଖିଲା ପଡିଛି । କିନ୍ତୁ ସମାଧାନର ବାଟ କେବେ ବାହାରିବ ତାହା କାହାକୁ ଜଣାନାହିଁ ।